ସେଲଫି ମୃତ୍ୟୁରେ ବିଶ୍ୱରେ ସବୁଠୁ ଆଗରେ ରହିଛି ଭାରତ

ନୂଆଦିଲ୍ଲୀ : ନିକଟରେ ଉଦଘାଟିତ ହୋଇଥିବା ଦିଲ୍ଲୀର ସିଗନେଚର ବ୍ରିଜ୍‌ ଉପରେ ସେଲଫି ଉଠାଇବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ବିପଜ୍ଜନକ ଭାବେ ସେଲଫି ନେଇ ଅନେକ ଲୋକ କରୁଛନ୍ତି । ଇଏ ବସ୍ତବତା ହେଉଛି ସାରା ବିଶ୍ୱର । ତେବେ ସର୍ବାଧିକ ଅଘଟଣ ଘଟୁଛି ଭାରତରେ । ଆମେରିକାର କାର୍ନେଗି ମିଲାନ୍‌ ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇନଫରମେସନ ଟେକନୋଲଜି ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରୁ ଏକଥା ଜଣାପଡ଼ିଛି । ଗତ ୨୦୧୪ ମାର୍ଚ୍ଚରୁୁ ୨୦୧୬ ମଧ୍ୟରେ ବିଶ୍ୱରେ ସେଲଫି ଅଘଟଣରେ ୧୨୭ ଜଣଙ୍କର ମୃତ୍ୟୁ ଘଟିଥିଲା । ସେଥିରେ ଭାରତରେ ଥିଲା ୭୬ ମୃତ୍ୟୁ । ଭାରତ ପରେ ଏହାର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ଏବଂ ସବୁଠାରୁ ବିକଶିତ ରାଷ୍ଟ୍ର କୁହାଯାଉଥିବା ଆମେରିକା ତୃତୀୟ ସ୍ଥାନରେ ରହିଛି ।

selfie-1
ସର୍ଭେରେ ଆହୁରି ମଧ୍ୟ କୁହାଯାଇଛି ଯେ ଆମେ ନିଜକୁ ଓ ପରିବାରକୁ ଅବହେଳା କରୁଛୁ । ଠିକ୍‌ ଭାବେ ସତର୍କ ରହୁନାହୁଁ । ସୋସିଆଲ ମିଡିଆରେ ନିଜକୁ ପ୍ରଦର୍ଶିତ କରିବାର ଲୋଭ ଆମକୁ ମୃତ୍ୟୁ ମୁଖକୁ ଠେଲି ଦେଉଛି । କାରଣ ସର୍ଭେ ରିପୋର୍ଟ ଅନୁଯାୟୀ ଲୋକେ ଉଠାଉଥିବା ସେଲଫିର ୬୦ ପ୍ରତିଶତ ଫଟୋ ଫେସ୍‌ବୁକରେ ଅପଲୋଡ୍‌ ହେଉଛି । ଫଟୋ ଉଠାଇବା ପରେ ଏହାକୁ ଫିଲଟର କରିବା ଓ ଏଡିଟିଂ କରିବାରେ ଲାଗି ଯାଉଛନ୍ତି ଲୋକେ । ଯାହା ଏକ ମାନସିକ ରୋଗ ଭାବରେ ପରିଣତ ହେଉଛି ବୋଲି ଡାକ୍ତର କହିଛନ୍ତି । ନିଜ ଚେହେରାକୁ ବାରମ୍ବାର ଦେଖିବାର ଉତ୍ସୁକତା ଭାରତୀୟଙ୍କୁ ଏଭଳି ସମସ୍ୟା ଭିତରକୁ ଟାଣି ଆଣୁଥିବା ଜଣାପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.