ଭୁବନେଶ୍ୱର(କେ ନ୍ୟୁଜ): ଲଘୁଚାପ ପରେ ଲଘୁଚାପ । ପୁଣି ଏକ ଲୋପ୍ରେସର ପୂର୍ବାନୁମାନ । ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧିବ । ୨୯ ତାରିଖ ସୁଦ୍ଧା ସୃଷ୍ଟି ହେବ ଲଘୁଚାପ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହି ଅଧୀକ ଘନୀଭୂତ ହେବ । ଏହାପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।
ଏହାର ପ୍ରଭାବରେ ୨୯ ଓ ୩୦ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷିବ । ଏଥିସହ ଦକ୍ଷିଣ ଉପକୂଳ ଆନ୍ଧ୍ର ପ୍ରଦେଶ, ୟନମ ଓ ରାୟଲସୀମାରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏବେ ଲଘୁଚାପର ଗତି ଉପରେ ନଜର ରହିଛି ।