ଆସୁଛି କୋଭିଡର ଆଉ ଏକ ଭାରିଆଣ୍ଟ, ଅଧିକ ଥର ରୂପ ବଦଳାଉଥିବା ନେଇ ବିଶେଷଜ୍ଞଙ୍କ ସୂଚନା

କୋଭିଡ଼ର ମାରାତ୍ମକ ଭାରିଆଣ୍ଟ । ବ୍ରିଟିଶ ବିଶେଷଜ୍ଞମାନେ ଏକ ନୂଆ କୋଭିଡ ଭାରିଆଣ୍ଟ ସମ୍ପର୍କରେ ସତର୍କ କରାଇଛନ୍ତି । ଦକ୍ଷିଣ ଆଫ୍ରିକାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ଅନ୍ୟ ଭାରିଆଣ୍ଟ ଠାରୁ ଏହା ଅଧିକ ଥର ରୂପ ବଦଳାଉଛି । ବୈଜ୍ଞାନିକମାନେ ଏହାର ନାମ B.1.1.529 ରଖିବା ସହ ଏହାକୁ ଭାରିଆଣ୍ଟ ଅଫ୍‌ କନସର୍ଣ୍ଣ ବୋଲି ଉଲ୍ଲେଖ କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ସେଠାରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି । ଗତ କିଛି ଦିନ ହେବ ସେଠାରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଛି । କିଛିଦିନ ତଳେ ଦେଶରେ ଦୈନିକ ସଂକ୍ରମଣ ୧୦୦ ଭିତରେ ରହିଥିଲା ବେଳେ ଏବେ ୧୨୦୦କୁ ବୃଦ୍ଧି ପାଇଛି ।

ଏହି ସଂକ୍ରମଣ ବଢ଼ିବା ପଛରେ ନୂଆ ଭାରିଆଣ୍ଟ ଦାୟୀ ବୋଲି ବିଶେଷଜ୍ଞ କହିଛନ୍ତି । ତୁରନ୍ତ WHOର କାର୍ଯ୍ୟକାରୀ ଗୋଷ୍ଠୀର ଜରୁରି ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି ବିଶେଷଜ୍ଞ ଦଳ। ଏହି ନୂଆ ଭାରିଆଣ୍ଟରେ ୧୦ ଜଣ ଚିହ୍ନଟ ହୋଇଛନ୍ତି । ଡେଲଟା ଭଳି ଏହା ମଧ୍ୟ ବିପଜ୍ଜନକ ହୋଇପାରେ । ନୂଆ ଭାରିଆଣ୍ଟ ଚିହ୍ନଟ ପରେ ଭାରତ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋତସ୍ୱାନା ଦେଶରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କଡ଼ା କରାଯାଇଛି । ଏହି ସବୁ ଦେଶରୁ ଆସୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷା ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.