ସୁପାରୀ କିଲର ସମ୍ପଦ ସାହୁର ସହଯୋଗୀ ପ୍ରଶାନ୍ତ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରୁ ଗିରଫ ସୁପାରୀ କିଲର ସମ୍ପଦ ସାହୁ ସହଯୋଗୀକୁ ବାନ୍ଧିଛି ପୋଲିସ। କଟକ ଟାଙ୍ଗୀରୁ ପ୍ରଶାନ୍ତ କୁମାର ଦାସକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ରିମାଣ୍ଡରେ ଆସିବା ପରେ ପ୍ରଶାନ୍ତ ସଂପର୍କରେ ନୟାପଲ୍ଲୀ ପୋଲିସକୁ ସୂଚନା ଦେଇଥିଲା ସମ୍ପଦ।

ଗତ ୨୮ ତାରିଖ ଦିନ ରାଜଧାନୀରୁ ଧରାପଡିଥିଲା କୁଖ୍ୟାତ ସୁପାରି କିଲର ସମ୍ପଦ ସାହୁ। ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ତାକୁ ଧରିଥିଲା। ଠିକ୍‌ ସମୟରେ ପୋଲିସ୍‌କୁ ଚକ୍‌ମା ଦେଇ ଫେରାର ହୋଇଯାଇଥିଲା ସହଯୋଗୀ ପ୍ରଶାନ୍ତ କୁମାର ସାହୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.