ଭାରତରେ ବଢୁଛି ଓମିକ୍ରନ୍ ମାମଲା, ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ବଢୁଛି ଓମିକ୍ରନ୍ ମାମଲା । ଦେଶରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ଗୁଜରାଟ ଓ ଜଣେ ମହାରାଷ୍ଟ୍ରରୁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ୟ କେସ୍ ଗୁଜୁରାଟରୁ ଆସିଛି । ଗୁଜରାଟ ଜାମନଗର ଅଞ୍ଚଳର ଜଣେ ୭୨ ବର୍ଷୀୟ ବ୍ୟକ୍ତି ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି ।
ସଂକ୍ରମିତ ବ୍ୟକ୍ତି ଜଣଙ୍କ କିଛି ଦିନ ତଳେ ଜିମ୍ବାେଓ୍ଵରୁ ଫେରିଥିଲେ । କୋଭିଡ୍ ସଂକ୍ରମିତ ଜଣାପଡ଼ିବା ପରେ ଜିନୋମ ସିକୁଏନ୍ସିଂ ପାଇଁ ତାଙ୍କ ନମୂନା ପଠାଯାଇଥିଲା । ସେ ଓମିକ୍ରନ୍ ସଂକ୍ରମତି ହୋଇଥିବା ଜଣାପଡିଥିଲା। ସଂପୃକ୍ତ ବ୍ୟକ୍ତି ଜଣକ ରହୁଥିବା ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ତାଙ୍କ ସଂଶ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ସେହିପରି ୪ର୍ଥ କେସ୍ ମହାରାଷ୍ଟ୍ରରୁ ଆସିଛି । ଜଣେ ୩୩ ବର୍ଷୀୟ ବ୍ୟକ୍ତି ଭାୟା ଦୁବାଇ ଦେଇ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଆସିଥିଲେ । ଏହା ପୂର୍ବରୁ କର୍ଣ୍ଣାଟକରେ ୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଜଣେ ୪୬ ବର୍ଷୀୟ ଡାକ୍ତର ଓ ଜଣେ ୬୬ ବର୍ଷୀୟ ଦକ୍ଷିଣ ଆଫ୍ରିକା ନାଗରିକ। ତେବେ ଦେଶରେ ଓମିକ୍ରନ ମାମଲା ବଢିବା ପରେ କରୋନା କଟକଣାକୁ କଡାକଡି କରାଯାଇଛି ।