ନିଖୋଜ ଜଗୁଆଳିଙ୍କ ଗଳିତ ମୃତଦେହ ଉଦ୍ଧାର କଲା ପୋଲିସ୍

ଘଟଗାଁ(କେନ୍ଯୁଜ୍):କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ତେନ୍ତେଳାପଶି ପଂଚାୟତ ଅନ୍ତର୍ଗତ ଧନୁର୍ଯ୍ଯୟପୁର ହାଇସ୍କୁଲର ଚତୁର୍ଥଶ୍ରେଣୀ କର୍ମଚାରୀ ନିରଞ୍ଜନ ନାଏକ ଗତ ୨୮ତାରିଖରୁ ନିଖୋଜ ଥିବା ବେଳେ ଆଜି ଏକ ପରିତ୍ଯକ୍ତ କୂଅରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ବଡକମଣ୍ଡରା ଗ୍ରାମର ନିରଞ୍ଜନ ନାଏକ ଧନୁର୍ଯ୍ଯୟପୁର ହାଇସ୍କୁଲରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ନଭେମ୍ବର ୨୮ତାରିଖ ସନ୍ଧ୍ୟା ବେଳେ ନିରଞ୍ଜନ ସବୁଦିନ ପରି ସାଇକେଲ ଯୋଗେ ସ୍କୁଲକୁ ଯାଇଥିଲେ। ସକାଳେ ନିରଞ୍ଜନ ଘରକୁ ନଫେରିବାରୁ ପରିବାର ଲୋକେ ପଣ୍ଡାପଡା ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ହେଲେ ନିରଞ୍ଜନଙ୍କ କୌଣସି ସନ୍ଧାନ ପାଇନଥିଲା ପୋଲିସ। ଶେଷରେ ପରିବାର ଲୋକେ ନିରାଶ ହୋଇ ଜିଲ୍ଲା ଆରକ୍ଷୀ ଅଧକ୍ଷକଙ୍କ ଦ୍ଵାରସ୍ତ ହୋଇ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ନିରଞ୍ଜନଙ୍କ ମୃତଦେହ ଗୋପୀନାଥପୁର ଗ୍ରାମର ଏକ ପରିତ୍ଯକ୍ତ କୂଅରୁ ପଣ୍ଡାପଡା ପୋଲିସ ଅଗ୍ନିଶମ ବାହିନୀଙ୍କ ସହାୟତାରେ ଉଦ୍ଧାର କରିଛି। ତେବେ ଏହି ଘଟଣାରେ ୨ଜଣ ଥାନାରେ ଅଟକ ଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.