କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରୀ ଶ୍ରୀୟଙ୍କାଙ୍କ ସଫଳତା: ୬୪ତମ ଜାତୀୟ ସୁଟିଂ ଚାମ୍ପିଅନସିପ୍‌ରେ ହାସଲ କଲେ ସ୍ୱର୍ଣ୍ଣପଦକ

କେନ୍ୟୁଜ୍(ବ୍ୟୁରୋ): ସୁଟର ଶ୍ରୀୟଙ୍କାଙ୍କୁ ସ୍ୱର୍ଣ୍ଣପଦକ। ମଧ୍ୟପ୍ରଦେଶର ଭୋପାଳରେ ଅନୁଷ୍ଠିତ ୬୪ତମ ଜାତୀୟ ସୁଟିଂ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଶ୍ରୀୟଙ୍କା। ୫୦ମିଟର ରାଇଫଲ ସୁଟିଂରେ ସେ ଏହି ସଫଳତା ହାସଲ କରିଛନ୍ତି। କୌଣସି ଜାତୀୟ ଚାମ୍ପିଅନସିପ୍‌ର ସୁଟିଂ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତି ପ୍ରଥମ ଓଡ଼ିଆ ଭାବେ ଇତିହାସ ରଚିଛନ୍ତି।

ଶ୍ରୀୟଙ୍କା ବର୍ତ୍ତମାନ ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଛନ୍ତି। ଶ୍ରୀୟଙ୍କାଙ୍କ ଏହି ସଫଳତାରେ ଶୁଭେଚ୍ଛା ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। କହିଛନ୍ତି, ଶ୍ରୀୟଙ୍କା ସଫଳତା ପାଇଁ ସାରା ଓଡ଼ିଶା ଗର୍ବିତ। ଏହା ସହ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଡ. ସାମନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.