ଓ୍ଵାଇଫାଇ କଣ ଏବଂ ଏହା କେମିତି ଆଉ ଗୋଟେ ଡିଭାଇସ୍‌ ସହ କନେକ୍ଟ ହୁଏ ଜାଣନ୍ତୁ

ଏବେର ଆଧୁନିକ ଜମାନାରେ ଟେକ୍ନୋଲୋଜି ବହୁତ ଉନ୍ନତି କଲାଣି। ଆଜି ଦୁନିଆ ଏତେ ଆଗକୁ ବଢ଼ିଗଲାଣି ଯେ ଯାହା ବିଷୟରେ ଭାବିବାକୁ ବାଧ୍ୟ ହୁଅନ୍ତି ଲୋକେ। ସ୍ମାର୍ଟଫୋନ୍‌ ଠାରୁ ନେଇ ସ୍ମାର୍ଟ ଡିଭାଇସେସ୍‌ ଏବଂ ଗ୍ୟାଜେଟ୍ସ ଆମ କାମକୁ ବହୁତ ସହଜ କରିଦେଇଛି। ସେହିପରି ପ୍ରତିଦିନ ଏମିତି ଅନେକ ଆବିଷ୍କାର କରାଯାଉଛି ଯାହା ଆଗାମୀ ଦିନରେ ଭବିଷ୍ୟତକୁ ଏକ ନୂଆ ଦିଶା ଦେବା କାମ କରିବ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଓ୍ଵାଇ-ଫାଇକୁ ନେଇ। ଓ୍ଵାଇ-ଫାଇ ବିଷୟରେ ଆପଣ ସମସ୍ତେ ପରିଚିତ ଥିବେ ନିଶ୍ଚୟ।

ଆମେ ସମସ୍ତେ କାମକୁ ସହଜ କରିବା ପାଇଁ ଓ୍ଵାଇ-ଫାଇର ବ୍ୟବହାର କରିଥାନ୍ତି। ଆପଣ ଶୁଣିଥିବେ ଯେ ଡାଟା ସରିଗଲେ ଲୋକେ ଓ୍ଵାଇ-ଫାଇରେ କାମ ଚଳାଇ ଦିଅନ୍ତି। କିନ୍ତୁ କଣ ଆପଣ ଏହି ବିଷୟରେ ଜାଣିଛନ୍ତି ଯେ ଏହା କଣ ଏହା କେମିତି କାମ କରେ ଏବଂ କେବେ ଏହାର ଆବିଷ୍କାର କରାଗଲା? ଯଦି ଆପଣ ଜାଣିନାହାଁନ୍ତି ତାହେଲେ ଆଜି ଆମେ ଏ ଭିଡିଓରେ ଏହାକୁ ନେଇ ଅନେକ ରୋଚକ କଥା କହିବାକୁ ଯାଉଛୁ।

ପ୍ରଥମତଃ ଓ୍ଵାଇ-ଫାଇକୁ ଓ୍ଵାରଲେସ ଫିଡିଲିଟୀ ମଧ୍ୟ କୁହାଯାଏ। ଏହା ବହୁତ ଖାସ୍‌ ଟେକିନିକ, ଯାହା ମାଧ୍ୟମରେ ଆପଣ ସହଜରେ ଫଟୋ, ଭିଡିଓ, ଫୋଲ୍ଡର ଏବଂ ଫାଇଲ୍ସକୁ ସହଜରେ ଅନ୍ୟ ଜଣଙ୍କୁ ତାଙ୍କ କମ୍ପ୍ୟୁଟର କିମ୍ବା ମୋବାଇଲ ଫୋନରେ ପଠାଇପାରିବେ।

ଏହା କେମିତି କାମ କରେ ଆସନ୍ତୁ ଜାଣିବା

ଏଥିରେ ହଟ-ସ୍ପଟ କିମ୍ବା ଓ୍ଵା-ଫାଇ ରାଉଟର ଜରିଆରେ ଏକ ଓ୍ଵୟାରଲେସ ସିଗନାଲକୁ ଟ୍ରାନ୍ସମିଟ୍‌ କରାଯାଏ। ଏହାରି ସାହାଯ୍ୟରେ ଦୁଇଯି ଡିଭାଇସ୍‌ ପରଷ୍ପର ଭିତରେ କମ୍ୟୁନିକେଟ କରିଥାନ୍ତି। ଏହି କମ୍ୟୁନିକେଶନରେ ରେଡିଓ ଫ୍ରିକ୍ୱେନ୍ସୀର ଉପଯୋଗ କରାଯାଇଥାଏ। ସାଧାରଣତଃ ଓ୍ଵାଇ-ଫାଇ ଫ୍ରିକ୍ୱେନ୍ସୀ ବ୍ୟାଣ୍ଡ ୨.୪ ଗିଗାହଟର୍ଜ ଠାରୁ ନେଇ ୫ ଗିଗାହର୍ଟଜ ଭିତରେ ହୋଇଥାଏ।

ବର୍ତ୍ତମାନ ଯୁଗରେ ତ ଡାଟା ଟ୍ରାନ୍ସଫର ଏବଂ ଇଣ୍ଟରନେଟ ୟୁଜ୍‌ ପାଇଁ ଓ୍ଵାଇଫାଇର ବ୍ୟବହାର ବହୁତ ବେଶି କରାଯାଉଛି। ତେବେ ଏହି ଟେକନିକ୍‌ ଆସିବା ପରଠାରୁ ଲୋକଙ୍କର ଅନେକ କାମ ସହଜ ହୋଇଯାଇଛି। ଯଦି ଆମେ ଇଣ୍ଟରନେଟ୍‌ ସ୍ପିଡ୍‌ ବିଷୟରେ କହିବା ତ ତାହେଲେ ମୋବାଇଲ ନେଟଓ୍ଵାର୍କ ତୁଳନାରେ ଓ୍ଵାଇଫାଇ ସ୍ପିଡ ବହୁତ ଅଧିକ ହୋଇଥାଏ। ତେବେ ସବୁଠୁ ଖାସ୍‌ କଥା ହେଉଛି ଯଦି ଆପଣଙ୍କ ଫୋନରେ ରିଚାର୍ଜ ପ୍ଲାନ ସରିଯାଇଛି କିମ୍ବା ଡାଟା ଖତମ୍‌ ହୋଇଯାଇଛି ତାହେଲେ ଆପଣ ଓ୍ଵାଇଫାଇ କନେକ୍ଟ କରି ସହଜରେ ଇଣ୍ଟରନେଟ୍‌ ଚଲାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.