ପୁଣି ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ, ଲାଞ୍ଚ ନେଇ ବିଂଝାରପୁର ଥାନା ଏସଆଇ ଫକୀର ମୋହନ ସିଂ ଗିରଫ

ଯାଜପୁର ଟାଉନ(କେନ୍ୟୁଜ୍): ଯେତେ ମୋଟା ଅଙ୍କର ବେତନ ପାଆନ୍ତୁ କିନ୍ତୁ ଲୋଭ ଛାଡୁନି। ପୁଣି ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ଏସଆଇ। ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଯାଜପୁର ବିଂଝାରପୁର ଥାନା ଏସ ଆଇ ଫକୀର ମୋହନ ସିଂ। କଲ୍ୟାଣପୁର ପଞ୍ଚାୟତ ବରିବାଗ ଗାଁର ବସନ୍ତ କୁମାର ଜେନାଙ୍କୁ ଏକ ମାମଲାର ଗିରଫ ନ କରି ସିଆରପିସିର ଧାରା ୪୧ ଅନୁଯାୟୀ ନୋଟିସ ଦେଇ ଛାଡି ଦେବେ ବୋଲି କହିଥିଲେ। ଏଭଳି ସର୍ତ୍ତ ରଖି ସେଥିପାଇଁ ନେଉଥିଲେ ଏହି ଲାଞ୍ଚ।

ଏହି ଘଟଣା ସମ୍ପର୍କରେ ଅଭିଯୋଗକାରୀ ଭିଜିଲାନ୍ସକୁ  ଖବର ଦେବା ପରେ ଯାଜପୁର ଭିଜିଲାନ୍ସ ଡିଏସପି ସୁଶୀଲ ଏକ୍କାଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା। ଆଜି ଏସଆଇ ଫକୀର ମୋହନ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ମାଡିବସିଥିଲେ ଓ ଏସଆଇଙ୍କ ଠାରୁ ୬ ହଜାର ଟଙ୍କା ଜବତ କରିଛନ୍ତି।  ଭିଜିଲାନ୍ସ ଟିମ ପୋଲିସ ଏସ ଆଇଙ୍କୁ ଗିରଫ କରିବା ସହିତ ବର୍ହିଭୁତ ସମ୍ପତ୍ତି ଯାଞ୍ଚ ଚାଲିଛି। ଯାଜପୁରର ବିଂଝାରପୁର ଓ କଟକ ଜିଲା କନ୍ଦରପୁରରେ ଚାଲିଛି ଚଢ଼ାଉ। ଭିଜିଲାନ୍ସ ମୁଖ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି।

 

You might also like