ଚାଷୀଙ୍କୁ ଦୁଃଖ ଦେଇଗଲା ବାତ୍ୟା ଜଓ୍ଵାଦ୍‌, ଧାନ ବିଲ ଜଳମଗ୍ନ

ଚାନ୍ଦବାଲି (କେନ୍ୟୁଜ) : ଦୁଃଖ ଦେଇଗଲା ବନ୍ୟା ପାଣି। ବାତ୍ୟା ତ ଚାଲିଗଲା କିନ୍ତୁ କନ୍ଦାଇଦେଇଗଲା ଚାଷୀଙ୍କୁ। ଜଳମଗ୍ନରେ ଧାନ ବିଲ। ମାଧପୁର ପଞ୍ଚାୟତ ଜ୍ୟୋତିସିଂପୁର ମୌଜାରେ ବାତ୍ୟାର ବର୍ଷା ନଦୀବନ୍ଧ ଭାଙ୍ଗି ଶହ ଶହ ହେକ୍ଟର ଚାଷ ଜମିରେ ପଶି ଧାନକୁ ଏକଦମ୍‌ ନଷ୍ଟ କରିଦେଇଛି। ଚାଷ କଲେ ଯେଉଁମାନଙ୍କ ଘରେ ଚୂଲି ଜଳେ, ଭାବନ୍ତୁ ସେମାନଙ୍କ ଅବସ୍ଥା ଏବେ କଣ ହେଉଥିବ।

farmerଜଳଦେଶ ଅଞ୍ଚଳରେ ବର୍ଷକରେ ବହୁତ ବନ୍ୟା ହୁଏ ବନ୍ୟାରେ ବି ଚାଷ ନଷ୍ଟ ହୁଏ। ଗତ ବର୍ଷ ବନ୍ୟାରେ ସବୁ ଧାନ ନଷ୍ଟ ହୋଇଯାଇଥିଲା ଚାଷୀମାନେ ଭାବିଥିଲେ ଏଥର ଭଲ ଅମଳ ହେବ। ଧାନ ବି ଭଲ ହୋଇଥିଲା କିନ୍ତୁ ଚାଷୀର ସ୍ୱପ୍ନକୁ ଭାଙ୍ଗିରୁଜି ଦେଲା ବାତ୍ୟା। ଏବେ ଚାଷ ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି। ନିଜ କଷ୍ଟ ଅର୍ଜିତ ଫସଲର ଏପରି ଅବସ୍ଥା ଦେଖି ଚାଷୀ ଏବେ ମୁଣ୍ଡରେ ହାତ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.