Below header

ଭୟଙ୍କର ଆଗ୍ନେୟଗିରି ଉଦ୍ଗୀରଣରେ ଦିନ ହେଲା ରାତି

ଇଣ୍ଡୋନେସିଆ ଜାଭା ଦ୍ୱୀପରେ ସେମେରୁ ଆଗ୍ନେୟଗିରିର ବିସ୍ପୋରଣ ପରେ ନିରାପତ୍ତା କାର୍ଯ୍ୟ ଜାରି ରହିଛି । କୁହାଯାଉଛି ଯେ ଏହି ବିଶ୍ପୋରଣରେ ଅନେକଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ମଧ୍ୟ ସେହିଭଳି ବହୁ ଅଧିକ ରହିଛି । ଗତ କିଛିଦିନ ହେବ ଏହି ଆଗ୍ନେୟଗିରିରୁ ପାଉଁଶ ଏବଂ ଧୂଆ ବାହାରୁଥିଲା । ଏହି ଧୂଆଁର ସ୍ତର ଏତେ ମୋଟା ଯେ ଜାଭା ଦ୍ୱୀପପୁଞ୍ଜ ଦିନ ରାତି ଭଳି ଦେଖାଯାଉଥିଲା । ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଏୟାରଲାଇନ୍ସ ମଧ୍ୟ ପାଇଲଟ ମାନଙ୍କୁ ସତର୍କ କରାଇଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଯେଉଁଠାରେ ଉଦ୍ଧାର କର୍ମଚାରୀମାନେ ପ୍ରବେଶ କରି ପାରୁନାହାନ୍ତି ସେହି ଅଞ୍ଚଳରେ କିଛି ଲୋକ ଫସିରହିଛନ୍ତି । ଲୋକଙ୍କୁ ଘଉଡାଇବା ପାଇଁ ପ୍ରଚେଷ୍ଠା ବାଧାପ୍ରାପ୍ତ ହେଉଛି ।ଜ୍ୱାଲାମୁକୀ ଉଦ୍ଗୀରଣ କାରଣରୁ ପାଉଁଶ , କାଦୁଅ ଓ ପଥରର ବର୍ଷା ହୋଇଥିଲା । ଫଳରେ ପ୍ରୋନୋଜିଭୋ ଓ କାଣ୍ଡିପୁରୋର ଦୁଇଟି ମୁଖ୍ୟ ଗ୍ରାମକୁ ସଂଯୋଗ କରୁଥିବା ସେତୁ ଭାଙ୍ଗିଯାଇଛି ।
ଇଣ୍ଡୋନେସିଆର ବାୟୁସେନା ନିଯନ୍ତ୍ରଣ କରୁଥିବା ଏଜେନ୍ସି ଏୟାରନାଭ ଇଣ୍ଡୋନେସିଆ ପାଉଁଶ ଓ ଧୂଳି ଆକାଶରେ ବ୍ୟାପିବା ନେଇ ଏୟାରଲାଇନ୍ସକୁ ଚେତାବନୀ ଦେଇଛି । ଏହି ପାଉଂଶ ଆକାଶରେ ୫୦,୦୦୦ଫୁଟ ଅର୍ଥାତ ୧୫.୦୦୦ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଛି ।

ଇଣ୍ଡୋନେସିଆର ୧୩୦ ସକ୍ରିୟ ଆଗ୍ନେୟଗିରି ମଧ୍ୟରୁ ସେମେରୁ ଏକ ଘଞ୍ଚ ଜନବହୁଳ ପ୍ରଦେଶରେ ଅବସ୍ଥିତ । ଏହା ହେଉଛି ଚଳିତବର୍ଷର ଦ୍ୱିତୀୟ ଉଦ୍ଗୀରଣ । ଶେଷଟି ଜାନୁଆରୀରେ ହୋଇଥିବା ବେଳେ ଏଥିରେ କେହି ବି ମୃତାହତ ହୋଇନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.