ମାଲକାନଗିରି(କେନ୍ଯୁଜ୍): ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ଗାଡି ଜାଳିଦେବା ପରେ ସୁପରଭାଇଜରଙ୍କୁ ଅପହରଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ମାଓବାଦୀ ଲଙ୍କାକାଣ୍ଡ କରିଛନ୍ତି ।
ପିପଲଖୁଟା ଗାଁ ନିକଟରେ ୫ରୁ ଅଧିକ ଗାଡି ଜାଳିଦେଇଛନ୍ତି ମାଓବାଦୀ । ସମସ୍ତ ଗାଡି ଜଳସେଚନ ବିଭାଗର କେନାଲ କାମରେ ନିୟୋଜିତ ଥିଲା । ମାଓବାଦୀ କେନାଲ କାମକୁ ବିରୋଧ କରି ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ଘଟଣାସ୍ଥଳରୁ ସୁପରଭାଇଜରଙ୍କୁ ମାଓବାଦୀ ଅପହରଣ କରିନେଇଥିବା ସୂଚନା ମିଳିଛି।