କୁକୁରର ନାମ ‘ସୋନୁ’ ରଖିବା ପଡିଲା ମହଙ୍ଗା, ମହିଳାଙ୍କୁ ଘରେ ପଶି ଜୀଅନ୍ତା ଜଳାଇଲେ ପଡୋଶୀ

ଆଜିକାଲି ଅନେକ ଲୋକ ସ୍ନେହରେ ଘରେ ପୋଷା କରି ରଖୁଥିବା କୁକୁରର ଅନେକ ନାମ ଦେଇଥାନ୍ତି। କିନ୍ତୁ କୁକୁର ନାମ ଯୋଗୁଁ କେବେ କେହି ମରଣ ମୁହଁରେ ପଡିଥିବା ଖବର ହୁଏତ ଆପଣ ଜାଣିନଥିବେ। ଏମିତି ଏକ ଘଟଣା ଗୁଜରାଟରେ ଘଟିଛି। ଯେଉଁଠି କୁକୁର ନାମ ଯୋଗୁଁ ମହିଳା ଅର୍ଦ୍ଧ ଦଗ୍ଧ ହୋଇଛନ୍ତି। ଘଟଣାରେ ୩୫ ବର୍ଷୀୟା ନୀତାବେନ ସରବୈୟା ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଉ ଏହି ଘଟଣାକୁ ଆଉ କେହି ନୁହେଁ ପଡୋଶୀ କରିଛନ୍ତି।

ଘଟଣା ମୁତାବକ, ଗୁଜରାଟର ନୀତାବେନ ସରବୈୟା ନିଜ କୁକୁର ନାମ ‘ସୋନୁ’ ରଖିଥିଲେ। ଆଉ ସଂଯୋଗବଶଃତ ନୀତବେନଙ୍କ ପଡୋଶୀରେ ରହୁଥିବା ସୁରାଭାଇ ଭାରଓ୍ଵାଡଙ୍କ ପତ୍ନୀଙ୍କ ନାମ ମଧ୍ୟ ସୋନୁ ଥିଲା। କୁକୁର ନାମ ସୋନୁ ଶୁଣିବା ପରେ ସୁରାଭାଇଙ୍କ ପସନ୍ଦ ଆସିନଥିଲା। ଯାହା ପରେ ସେ ରାଗରେ ଆସି କିଛି ସହଯୋଗୀଙ୍କ ସହିତ ମିଶି ନୀତାବେନଙ୍କ ଘରେ ପସି ନିଆଁ ଲଗାଇଦେଇଥିଲେ।

ନୀତାବେନଙ୍କ ଦୁଇ ପୁଅ ଘରୁ କାମରେ ବାହାରକୁ ଯାଇଥିବା ବେଳେ ଛୋଟ ପୁଅ ସାଙ୍ଗରେ ଘରେ ଥିଲା। ଏହାର ସୁଯୋଗ ଦେଇ ସୁରାଭାଇ ତାଙ୍କ ଅନ୍ୟ ୫ ଜଣ ସହଯୋଗୀଙ୍କ ସହିତ ନୀତାବେନଙ୍କ ଘରେ ପସିଯାଇଥିଲେ। ସେମାନେ ଘରେ ପଶି ନୀତାବେନଙ୍କୁ ଗାଳିଗୁଲଜ କରିବା କୁକୁରର ନାମ ସୋନୁ ରଖିବା ନେଇ ଅନେକ କଥା କହିଥିଲେ। ପରେ ନୀତାବେନ ଏମାନଙ୍କ କଥାକୁ ନ ଶୁଣି ରୋଷେଇ ଘରକୁ ଚାଲିଗଲେ। ଏହା ପରେ ତିନି ଜଣ ଲୋକ ଜବରଦସ୍ତ ରୋଷେଇ ଘରେ ପଶି ନୀତାବେନଙ୍କ ଉପରେ କିରୋସିନି ପକାଇ ନିଆଁ ଲଗାଇଦେଇଥିଲେ।

ନିଆଁରେ ଜଳୁଥିବା ନୀତାବେନଙ୍କ ଚିତ୍କାର ଶୁଣି ପଡୋଶୀ ପହଞ୍ଚି କୌଣସି ପ୍ରକାରରେ କମ୍ବଳ ସାହାଯ୍ୟରେ ନିଆଁ ଲିଭାଇ ଗମ୍ଭୀର ଅବସ୍ଥାର ହସପିଟାଲରେ ପହଞ୍ଚାଇଥିଲେ।

ପୋଲିସ କହିବା ମୁତାବକ, ନୀତାବେନଙ୍କୁ ଆକ୍ରମଣ କରିଥିବା ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା। ନିଆଁ ଲଗାଇବା ଘଟଣାରେ ୬ ଜଣଙ୍କ ନାମରେ କେସ୍‌ ଦାଏର କରାଯାଇଛି। ପୋଲିସ ଏମାନଙ୍କ ନାମରେ ଆଇନଗତ କାର୍ଯାନୁଷ୍ଠାନ ନେଇ ତଦନ୍ତ ଚଳାଇଛି।

Leave A Reply

Your email address will not be published.