ବିଦ୍ୟୁତ ସର୍ଟସର୍କିଟରୁ ଅଘଟଣ: ହୁ ହୁ ହୋଇ ଜଳିଗଲା ଘର, ବାପ-ପୁଅ ପୋଡି ଗୁରୁତର

କାମାକ୍ଷାନଗର(କେନ୍ଯୁଜ୍): ହୁ ହୁ ହୋଇ ଜଳିଗଲା ଘର । ଢେଙ୍କାନାଳ ଚାନ୍ଦପୁର ପଞ୍ଚାୟତ ଖଇରପଶି ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ବାପ-ପୁଅ ପୋଡି ଗୁରୁତର ଆହତ ହୋଇଛନ୍ତି । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ୩ ବଖରା ଘର, ଆସବାବପତ୍ର, ଧାନ ଓ ଚାଉଳ ସହ ଅନେକ ଆବଶ୍ୟକ କାଗତପତ୍ର ଜଳିପଡି ନଷ୍ଟ ହୋଇଛି ।

ଆହତ ମାନେ ହେଲେ ଖଇରପଶି ହରିଜନ ସାହିର ଚତୁର୍ଭୁଜ ନାୟକ ଏବଂ ପୁଅ ରାଜେଶ ନାୟକ । ଉଭୟଙ୍କୁ ଆମ୍ବୁଲାନ୍ସ୍‌ ଯୋଗେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିବିପିନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.