କେଜରିଓ୍ଵାଲଙ୍କ ବଡ଼ ଉପହାର: ରଣବୀର ସିଂହଙ୍କ ଫିଲ୍ମ ‘୮୩’ କୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ଦିଲ୍ଲୀ ସରକାର

କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍‌ ଟିମ୍‌ ୧୯୮୩ ମସିହାରେ ବିଶ୍ୱକପ୍‌କୁ ନିଜ ନାଁରେ କରିଥିଲା। ଏହି ଐତିହାସିକ ବିଜୟୀ ଉପରେ କବୀର ଖାନ୍‌ ଏକ ଫିଲ୍ମ ତିଆରି କରିଛନ୍ତି, ଯାହାର ନାଁ ରହିଛି ୮୩। ଡିସେମ୍ବର ୨୪ ତାରିଖରେ ୮୩ ପରଦାକୁ ଆସିବ। ତେବେ ଏହି ଫିଲ୍ମର ରିଲିଜ୍‌କୁ ନେଇ ଦିଲ୍ଲୀ ସରକାର ଏବେ ଏକ ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ଯେ ରଣବୀର ସିଂହଙ୍କ ଅଭିନୀତ ବଲିଉଡ୍‌ ଫିଲ୍ମ ୮୩କୁ ଦିଲ୍ଲୀରେ କର ମୁକ୍ତ କରାଯିବ। ଦିଲ୍ଲୀରେ ୮୩ ପାଇଁ କୌଣସି ଟ୍ୟାକ୍ସ ଆଦାୟ କରାଯିବ ନାହିଁ ବୋଲି କେଜରିଓ୍ଵାଲ ସରକାର ଘୋଷଣା କରିଛନ୍ତି।


ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ୮୩ ଭାରତର ଐତିହାସିକ ୧୯୮୩ କ୍ରିକେଟ୍‌ ବିଶ୍ୱ କପ୍‌ ବିଜୟୀ ଉପରେ ଆଧାରିତ। ଏହି ଫିଲ୍ମରେ ନିଜ ଅଭିନୟ ବିଷୟରେ ଆଲୋଚନା କରିବା ଅବସରରେ ରଣବୀର ସିଂହ କହିଛନ୍ତି, କପିଲ ଦେବଙ୍କ ଭଳି ବ୍ୟାଟିଂ କରିବା ତାଙ୍କ ଜୀବନର ସବୁଠାରୁ କଷ୍ଟକର କାମ ଥିଲା।

୮୩ରେ ରଣବୀରଙ୍କ ସହ ତାହିର ରାଜ ଭସିନ୍‌, ଜିବା, ସାକିବ ସଲିମ୍‌, ଯତୀନ ସରନା, ଚିରାଗ ପାଟିଲ, ଦିନକର ଶର୍ମା, ନିଶାନ୍ତ ଦହିୟା, ସାହିଏ ଖଟ୍ଟର, ଏମି ଓ୍ଵିର୍କ, ହାର୍ଡି ସନ୍ଧୁ, ଆଦିନାଥ କୋଠାରେ, ଧୈର୍ଯ୍ୟ କରବା, ପଙ୍କଜ ତ୍ରିପାଠୀ ପ୍ରମୁଖ ନଜର ଆସିବେ।

ଫିଲ୍ମରେ ଦୀପିକା ପାଦୁକୋନ୍‌ କପିଲ ଦେବଙ୍କ ପତ୍ନୀ ରୋମୀ ଭୂମିକାରେ ନଜର ଆସିବେ। ଡିସେମ୍ବର ୨୪ରେ ଫିଲ୍ମ ୮୩ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟଲମ୍‌ ଭାଷାରେ ବଡ଼ ପରଦାକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.