ବିଜେପି ଛାଡ଼ିବେ କି ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ?

ଭୁବନେଶ୍ବର (କେନ୍ୟୁଜ୍): ବିଜେପି ଛାଡ଼ିବେ କି ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ? ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଆଜି ଉଭୟ ନେତା ଏକାଠି ବସି ଆଲୋଚନା କରିବେ । ଏହାପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ । ଏଦୁହେଁ ବିଜେପି ଛାଡ଼ିବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ପୂର୍ବରୁ ବିଜେପିର ବିଭିନ୍ନ କାର‌୍ୟ୍ୟକ୍ରମରୁ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଦୂରେଇ ରହୁଥିବା ଦେଖିବାକୁ ମିଳିଛି ।

ରାଉରକେଲାରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ଓ ରାଉରକେଲା ଆଇଜିଏଚ୍କୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବାରେ ବିଳମ୍ବକୁ ନେଇ କ୍ଷୁବ୍ଧ ଅଛନ୍ତି ଦିଲ୍ଲୀପ ରାୟ । ଏଥିପାଇଁ ସେ ବିଜେପି ବିଧାୟକ ପଦରୁ ଇସ୍ତଫା ଓ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.