ଆଜି ଡିନରରେ ରୋଟି ସହ ବନାଇ ଖାଆନ୍ତୁ ମଟର ମସରୁମ୍‌ ମସଲା, ଟେଷ୍ଟ ପୂରା ଲାଜବାବ୍‌

ଅଧିକାଂଶ ଲୋକ ମଟର ମସରୁମ୍‌ ଖାଇବାକୁ ରେଷ୍ଟୁରାଣ୍ଟ ଯାଆନ୍ତି। କିନ୍ତୁ ଆପଣ ଘରେ ସହଜରେ ମଧ୍ୟ ଏହାକୁ ତିଆରି କରିପାରିବେ। ଏହାକୁ ବନାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାର ତରିକା ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏକଦମ୍‌ ସ୍ୱାଦିଷ୍ଟ ମସାଳାଦାର ମଟର ମସରୁମ୍‌ ରେସିପି ବିଷୟରେ ଜଣାଇବୁ। ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଗୋଟେ ଗିନା ଗ୍ରୀନ ମଟର
୨୦୦ ଗ୍ରାମ ମସରୁମ୍‌ ବା ଛତୁ
ପେଷ୍ଟ ପାଇଁ
୩ଟି କଟା ପିଆଜ
୧୫୦ ଗ୍ରାମ କାଜୁ
୧୦୦ ଗ୍ରାମ ଦହି
ତେଲ (ଛାଣିବା ପାଇଁ)

ଅନ୍ୟ ସାମଗ୍ରୀ

୧/୨ ଚାମଚ ଗୋଟା ଗରମ ମସଲା
୨ଟି ତେଜ ପତ୍ର
୧ ଚାମଚ ଅଦା-ରସୁଣ ପେଷ୍ଟ
୧ ଚାମଚ ଲାଲ ଲଙ୍କା ପାଉଡର
୨ ଚାମଚ ଧନିଆ ପାଉଡର
ଲୁଣ ସ୍ୱାଦାନୁସାରେ
୧/୨ ଚାମଚ ଜିରା ପାଉଡର
୧/୨ ଚାମଚ କସ୍ତୁରୀ ମେଥି
୧/୨ ଚାମଚ ଗରମ ମସଲା ପାଉଡର

ମଟର ମସରୁମ୍‌ ପାଇଁ ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ମିଡିୟମ୍‌ ଆଞ୍ଚରେ ଏକ ପ୍ୟାନରେ ପାଣି ଫୁଟାଇ ମଟର ଛାଣି ଦିଅନ୍ତୁ।
  • ଏହାପରେ ପୁନର୍ବାର ପାଣି ଫୁଟାଇ ହଳଦୀ, ଲୁଣ, ଚାରି ଭାଗରେ କଟା ହୋଇଥିବା ମସରୁମକୁ ପକାଇ ସିଝାଇ ଦିଅନ୍ତୁ।
  • ଏକ କଡାରେ ତେଲ ଗରମ କରନ୍ତୁ। ଏଥିରେ କଟା ପିଆଜ ପକାଇ ଭଲଭାବେ ଭାଜି ଦିଅନ୍ତୁ।
  • ପିଆଜକୁ ତେଲରୁ ବାହାର କରିନିଅନ୍ତୁ। କାଜୁକୁ ବି ଫ୍ରାଏ କରିଦିଅନ୍ତୁ।
  • କାଜୁ,ପିଆଜ ଏବଂ ଦହିର ପେଷ୍ଟ ସମସ୍ତ ସାମଗ୍ରୀ ମିଶାଇ ପେଷ୍ଟ ବନାଇ ଦିଅନ୍ତୁ।
  • ଏବେ ଏକ ହାଣ୍ଡିରେ ତେଲ ଗରମ କରନ୍ତୁ। ଏହାପରେ ଗୋଟା ଗରମ ମସଲା ପକାଇ ତେଲରେ ତଡକା ଦିଅନ୍ତୁ।
  • ଏବେ ଏଥିରେ ଅଦା-ରସୁଣ ପେଷ୍ଟ ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏଥିରେ ଲାଲ ଲଙ୍କା ପାଉଡର, ଧନିଆ ପାଉଡର ଏବଂ ଲୁଣ ପକାଇ ଗୋଟେ ମିନିଟ ପର୍ଯ୍ୟନ୍ତ ରାନ୍ଧନ୍ତୁ।
  • ଏହାପରେ ଏଥିରେ ବାକି ମସଲା ସାମଗ୍ରୀକୁ ମିଶାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ତେଲରେ ଫ୍ରାଏ କରିବା ପରେ କସ୍ତୁରୀ ମେଥି, ମଟର ଏବଂ ମସରୁମ୍‌ ପକାନ୍ତୁ।
  • ପାଞ୍ଚ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଫ୍ରାଏ କରନ୍ତୁ। ଏହାପରେ ଗରମ ମସଲା ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
  • ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ମସଲା ମସରୁମ୍‌। ଏହାକୁ ଆପଣ ଧନିଆ ପତ୍ରରେ ସଜାଇ ସର୍ଭ କରନ୍ତୁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.