ଦିବ୍ୟାଙ୍ଗଙ୍କୁ ନିଜର ନଗ୍ନ ଫଟୋ ପଠାଉଛନ୍ତି ଏହି ମହିଳା! ସ୍ୱାମୀ କରୁଛନ୍ତି ସହଯୋଗ; ଅଦ୍ଭୁତ ହରକତର କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଆଡଲ୍ଟ କଣ୍ଟେଣ୍ଟ ପୋଷ୍ଟ କରୁଥିବା ଲୋକେ ସବୁବେଳେ ନିଜର ନଗ୍ନ ଫଟୋ ଏବଂ ଭିଡିଓ ଆଡଲ୍ଟ ସାଇଟ୍ସରେ ବିକ୍ରି କରି ଟଙ୍କା ରୋଜଗାର କରନ୍ତି। ଏଥି ମଧ୍ୟରୁ ସବୁଠାରୁ ଶୀର୍ଷରେ ଯେଉଁ ସବସ୍କ୍ରିପସନ୍ ସାଇଟ୍ ଥାଏ, ସେଥିରେ ଲୋକମାନେ ଆଡଲ୍ଟ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ଫଟୋ ଏବଂ ଭିଡିଓ ଦେଖିବା ପାଇଁ ପୁଳା ପୁଳା ଟଙ୍କା ଦିଅନ୍ତି। କିନ୍ତୁ ଏଠି ଜଣେ ମହିଳା ମାଗଣାରେ ହିଁ ନିଜର ବୋଲ୍ଡ ଫଟୋ ଲୋକଙ୍କୁ ବାଣ୍ଟୁଛନ୍ତି, ଯାହା ପଛର କାରଣ ଅତ୍ୟନ୍ତ ବିଚିତ୍ର ରହିଛି।

ଇଂଲଣ୍ଡର ଲିଙ୍କସାୟରରେ ରହୁଥିବା ୨୯ ବର୍ଷୀୟା ମହିଳା ସୋସିଆଲ ମିଡିଆ ସାଇଟରେ ‘ଭିସ୍ତା ୱାଇଫ’ ନାମରେ ବେଶ୍‌ ଜଣାଶୁଣା। ଏକ ୱେବସାଇଟର ରିପୋର୍ଟ ମୁତାବକ, ମହିଳାଙ୍କୁ ବ୍ରିଟେନର ସବୁଠାରୁ ପ୍ରସିଦ୍ଧ ସ୍ୱିଙ୍ଗର ବୋଲି ମଧ୍ୟ କୁହାଯାଏ। ଅର୍ଥାତ୍‌ ସେ ନିଜ ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ଲୋକଙ୍କ ସହିତ ମଧ୍ୟ ଟଙ୍କା ନେଇ ସମ୍ବନ୍ଧ ରଖି ଥାଆନ୍ତି। ମହିଳା ଜଣକ ସବୁବେଳେ ଏ ବିଷୟରେ ଖୋଲାଖୋଲି ଭାବରେ ନିଜର ମତ ରଖିଛନ୍ତି। ମହିଳା ୱେବସାଇଟକୁ ଦେଇଥିବା ନିଜର ଏକ ସାକ୍ଷାତକାରରେ କହିଥିଲେ କି, ଯେତେବେଳେ ସେ ନିଜ ପିଲାମାନଙ୍କୁ ସ୍କୁଲ ପଠାଇ ଦିଅନ୍ତି, ସେହି ସମୟରେ ସେ ସ୍ୱାମୀଙ୍କ ସହିତ ଅନ୍ୟ ଦମ୍ପତିଙ୍କ ପାଖକୁ ନିଜର ସେବା ଦେବା ପାଇଁ ଯାଇ ଥାଆନ୍ତି। ଅନେକ ବାର ସେ ଏକାକୀ ହିଁ ସେବା ଯୋଗାଇ ଥାଆନ୍ତି।

ଦିବ୍ୟାଙ୍ଗଙ୍କୁ ମାଗଣାରେ ପଠାଇ ଥାଆନ୍ତି ନ୍ୟୁଡ୍‌ ଫଟୋ

ତେବେ ‘ଭିସ୍ତା ୱାଇଫ’ ଯେଉଁ କଥା ଖୁଲାସା କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ମହିଳା ଜଣକ ଖୋଲାଖୋଲି ଭାବେ ଏହା ସ୍ୱୀକାର କରିଛନ୍ତି ଯେ ସେ ଦିବ୍ୟାଙ୍ଗ ଲୋକଙ୍କୁ ମାଗଣାରେ ନିଜର ନଗ୍ନ ଫଟୋ ପଠାଇ ଥାଆନ୍ତି। ଟ୍ୱିଟରରେ ନିଜର ଏକ ଆଡଲ୍ଟ ୱେବସାଇଟ୍ ଉନ୍ମୋଚନ କରି ମହିଳା ଜଣକ ଏକ ଟ୍ୱିଟ୍ କରିଥିଲେ। ସେଥିରେ ଲେଖିଛନ୍ତି କି, ସେ ଅନେକ ପୁରୁଷଙ୍କୁ ଦେଖିଛନ୍ତି, ଯେଉଁମାନଙ୍କର ପତ୍ନୀ ବିୟୋଗ ଘଟିଛି କିମ୍ବା ସେମାନଙ୍କ ମସ୍ତିଷ୍କରେ ଆଘାତ ଲାଗିଛି। ଏହିପରି ଅନେକ ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ଦିବ୍ୟାଙ୍ଗ ହୋଇ ଯାଇଛନ୍ତି ଏବଂ ଠିକ୍‌ ଭାବରେ ଚାଲି ପାରୁ ନାହାନ୍ତି। ଏହିପରି ଲୋକଙ୍କୁ ମହିଳା ପ୍ରାୟତଃ ନିଜର ନଗ୍ନ ଫଟୋ ସୋସିଆଲ ମିଡିଆରେ ମାଗଣାରେ ପଠାଇ ଥାଆନ୍ତି। ଏହାର କାରଣ ହେଉଛି, ସେ କିଛି ସମୟ ପାଇଁ ସେମାନଙ୍କୁ ଖୁସି ଦେବାକୁ ଚାହୁଁଛନ୍ତି, ଯାହାଠାରୁ ସେମାନେ ବଞ୍ଚିତ ହୋଇ ରହିଛନ୍ତି।

ସ୍ୱାମୀଙ୍କ ସହିତ ଆରମ୍ଭ କରିଥିଲେ ଆଡଲ୍ଟ ଭିଡିଓ ତିଆରି କରିବା

ମହିଳା କହିଥିଲେ କି, ସେ ଏମିତି ଅନେକ ସମୟରେ କରନ୍ତି, କାରଣ ସେ ସେହି ଲୋକମାନଙ୍କୁ ଖୁସି ଦେବାକୁ ଚାହାଁନ୍ତି। ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଏହି କାରଣରୁ ଟ୍ରୋଲ ମଧ୍ୟ କରନ୍ତି। ଲୋକଙ୍କ କହିବା ହେଉଛି, ଏହା ଦିବ୍ୟାଙ୍ଗମାନଙ୍କୁ ପରିହାସ କରିବା ଏବଂ ସେମାନଙ୍କ ଭାବନା ସହିତ ଖେଳିବା ପରି କଥା। କହି ରଖୁଛୁ ଯେ ମହିଳା ଜଣକ ନିଜ ଜୀବନ ବିଷୟରେ ଅନେକ କଥା ସେୟାର କରିଛନ୍ତି। ତାଙ୍କର ଏବଂ ତାଙ୍କ ସ୍ୱାମୀ ମଧ୍ୟରେ ପ୍ରଥମ ଦେଖା ୧୬ ବର୍ଷ ବୟସରେ ହୋଇଥିଲା। ଦୁଇ ଜଣ କିଛି ହିଁ ଦିନ ପରେ ମାଆ, ବାପା ହୋଇ ଯାଇଥିଲେ। ସେବେଠାରୁ ଟଙ୍କା ରୋଜଗାର କରିବା ପାଇଁ ସେମାନେ ଏହି କାମ କରି ଆସୁଛନ୍ତି। ଏଥିରୁ ସେମାନଙ୍କର ମୋଟା ଅଙ୍କର ରୋଜଗାର ମଧ୍ୟ ହେଉଛି। ରୋଜଗାରକୁ ଦେଖି ସେମାନେ ନିଜ ୱେବସାଇଟ୍ କାମ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.