ଆସନ୍ତାକାଲିଠୁ ପାଗରେ ହେବ ପରିବର୍ତ୍ତନ, ତାପମାତ୍ରା ହ୍ରାସ ହେବା ସହ ବଢିବ ଶୀତ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲିଠୁ ପାଗରେ ହେବ ପରିବର୍ତ୍ତନ। ଏହା ପରେ ତାପମାତ୍ରା ହ୍ରାସ ହେବା ସହ ୩ରୁ ୫ଡିଗ୍ରୀ କମିବ ବୋଲି ପୂର୍ବାନୁମାନ ହୋଇଛି। ଫଳରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଫଳରେ ରାଜ୍ୟକୁ ଶୀତ ଫେରିବ। କିଛି ଜିଲ୍ଲାରେ କୁହୁଡିର ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଜିଲ୍ଲା ମାନଙ୍କରେ କୁହୁଡି ଦେଖାଯାଇଛି। ଆଗାମୀ ୨୪ ଘଣ୍ଟାରେ ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ହାଲୁକା ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହା ସହ ଘନ କୁହୁଡ଼ି ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.