Below header

ଲତା ମଙ୍ଗେସକରଙ୍କ ନିଧନରେ ପୂରା ଦେଶ ଶୋକରେ ଥିବା ବେଳେ ମଲାଇକା ଛାଡ଼ିଲେ ନିଜର ବୋଲ୍ଡ ଫଟୋ; ଟ୍ରୋଲର୍ସ କହିଲେ, ‘ଟିକେ ତ ଲାଜ କର’!

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସବୁବେଳେ ନିଜ ଫିଟ୍‌ନେସକୁ ନେଇ ଚର୍ଚ୍ଚାରେ ରହି ଥାଆନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ଥାଆନ୍ତି। ଅଭିନେତ୍ରୀଙ୍କ ଫଟୋ ଅନେକ ବାର ଲୋକଙ୍କୁ ପସନ୍ଦ ଆସିଥାଏ। ହେଲେ ବେଳେବେଳେ ଲୋକେ ତାଙ୍କୁ ଟ୍ରୋଲ ମଧ୍ୟ କରି ଦିଅନ୍ତି। ଫେବୃଆରୀ ୬ ତାରିଖ ରବିବାର ଅଭିନେତ୍ରୀ ଏକ ବୋଲ୍ଡ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଚମତ୍କାର ଅନ୍ଦାଜ ସାମ୍ନାକୁ ଆସିଛି। ନିଜ ଷ୍ଟାଇଲ୍ ଷ୍ଟେଟମେଣ୍ଟକୁ ନେଇ ଚର୍ଚ୍ଚାରେ ରହୁଥିବା ମଲାଇକା ଯେଉଁ ଫଟୋ ସେୟାର କରିଛନ୍ତି, ତାହାକୁ ଦେଖିବା ପରେ କିଛି ଲୋକ ଏକଦମ୍‌ ରାଗି ଯାଇଥିଲେ ଏବଂ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ।

ମଲାଇକା ଆରୋରା ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି ଏବଂ ପ୍ରାୟତଃ ନିଜ ଫଟୋ ସେୟାର କରିବାରେ ଲାଗି ଥାଆନ୍ତି। ଏବେ ସେ ପୁଣି ଥରେ ପ୍ରଶଂସକଙ୍କ ସହିତ ନିଜର ବୋଲ୍ଡ ଲୁକ୍ ସେୟାର କରିଛନ୍ତି। କମଳା ରଙ୍ଗର ବ୍ରାଲେଟରେ ସେ ଏହି ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ସେ ଲେଖିଛନ୍ତି, ‘ସଣ୍ଡେ ସନି ସାଇଡ୍ ଅପ୍’। ଫଟୋରେ ୪୮ ବର୍ଷୀୟା ମଲାଇକା ପୁଲ୍‌ କୂଳରେ ଆରାମ କରୁଥିବାର ନଜର ଆସୁଛନ୍ତି। କମଳା ରଙ୍ଗର ବ୍ରାଲେଟ୍ ସହିତ ସେ କଳା ଶର୍ଟସ୍‌ ପିନ୍ଧିଛନ୍ତି ଏବଂ ନିଜ କେଶକୁ ବାନ୍ଧି ରଖିଛନ୍ତି। ପୁଲ୍‌ କୂଳରେ ମଲାଇକା ସୂର୍ଯ୍ୟଙ୍କଠାରୁ ଭିଟାମିନ୍ ଡି ନେବା ବେଳେ ନିଜର ଟୋଣ୍ଡ ବଡିକୁ ଦେଖାଉ ଥିବାର ନଜର ଆସୁଛନ୍ତି।

ଲୋକମାନେ ଏମିତି କରିଛନ୍ତି କମେଣ୍ଟ

ଯେମିତି ହିଁ ମଲାଇକା ନିଜ ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍ କରିଛନ୍ତି, ସେତେବେଳେ ତାଙ୍କ ପ୍ରଶଂସକମାନେ କମେଣ୍ଟ ଦେବା ଆରମ୍ଭ କରି ଦେଇଥିଲେ। ତାଙ୍କ ବୟଫ୍ରେଣ୍ଡ ଅର୍ଜୁନ କପୁର ଫଟୋ କ୍ୟାପସନରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଭଲ କ୍ୟାପସନ୍’। କିଛି ଲୋକ ଫଟୋ ଦେଖି ତାଙ୍କୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ରାଗି ଯାଇଛନ୍ତି। ପୁଣିଥରେ ମଲାଇକା ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘କିଛି ତ ଲଜ୍ଜା ରଖ’। ଅନ୍ୟ ଜଣେ ଲେଖିଛନ୍ତି, ‘ଅତି କମରେ ଆଜି ଭଳି ଦିନରେ ଏହି ଫଟୋ ପୋଷ୍ଟ କରିବା ଉଚିତ୍ ନୁହେଁ’। ସେହିପରି ଜଣେ ୟୁଜର ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, ‘RIP ଲତା ଦି, ଆଜି ଅଟକି ଯାଇଥାଆନ୍ତ ମ୍ୟାଡାମ୍‌’। ବାସ୍ତବରେ, କିଛି ଲୋକଙ୍କ କହିବା ହେଲା ଯେ ଲତା ମଙ୍ଗେସକରଙ୍କ ନିଧନ ଖବର ପରେ ଅନ୍ତତଃ ପକ୍ଷେ ଆଜିର ଦିନରେ ମଲାଇକାଙ୍କୁ ଏମିତି ପୋଷ୍ଟ କରିବାର ନ ଥିଲା। ଏଥିପାଇଁ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.