ଜଳଖିଆରେ ବନାନ୍ତୁ ନ୍ୟୁଟେଲା ଫ୍ରେଞ୍ଚ୍‌ ଟୋଷ୍ଟ, ଲାଗିବ ମାତ୍ର ୫ ମିନିଟ୍‌

ସକାଳର ଜଳଖିଆ ହେଉ କି ସନ୍ଧ୍ୟା ବେଳର ଚା’, ସବୁ ବେଳର ଟିଫିନ୍‌ରେ ଆପଣ ନ୍ୟୁଟେଲା ଫ୍ରେଞ୍ଚ୍‌ ଟୋଷ୍ଟ ଖାଇପାରିବେ। ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ପସନ୍ଦ ଆସେ। ନ୍ୟୁଟେଲା ହେଲ୍‌ଦି ହୋଇଥାଏ, ଯାହାକୁ ଆପଣ ଯେ କୌଣସି ଉପାୟରେ ମଧ୍ୟ ଖାଇପାରିବେ। ତେବେ ଆଜି ଆସନ୍ତୁ ଜାଣିବା ନ୍ୟୁଟେଲା ଫ୍ରେଞ୍ଚ୍‌ ଟୋଷ୍ଟ ତିଆରି କରିବା ବିଧି…

ଆବଶ୍ୟକୀୟ ସାମଗ୍ରୀ:

୬ ବ୍ରେଡ୍‌ ସ୍ଲାଇସ୍‌, ୨ ପାଚିଲା କଦଳୀ, ଷ୍ଟ୍ରବେରୀ, ୫୦ ଗ୍ରାମ୍‌ ନ୍ୟୁଟେଲା, ୧ ବଡ଼ ଚାମଚ ଚିନି, ସେକିବା ପାଇଁ ବଟର

ପ୍ରସ୍ତୁତି ପ୍ରଣାଳୀ:

  • ନ୍ୟୁଟେଲା ଫ୍ରେଞ୍ଚ୍‌ ଟୋଷ୍ଟ ତିଆରି କରିବା ପାଇଁ ପ୍ରଥମେ ବ୍ରେଡ୍‌ରେ ଚାମଚରେ ନ୍ୟୁଟେଲା ଲଗାନ୍ତୁ।
  • ଉପରେ କଦଳୀର ସ୍ଲାଇସ୍‌ ଓ ଚିନି ଛିଞ୍ଚି ଆଉ ଏକ ବ୍ରେଡ୍‌ ସ୍ଲାଇସ୍‌ ରଖନ୍ତୁ।
  • ମିଡିୟମ୍‌ ଆଞ୍ଚରେ ତାଓ୍ଵା ଗରମ କରନ୍ତୁ।
  • ତାଓ୍ଵା ଗରମ ହେବା ପରେ ନ୍ୟୁଟେଲା ଫ୍ରେଞ୍ଚ୍‌ ଟୋଷ୍ଟ ଉପରେ ବଟର ଲଗାଇ ଉଭୟ ପଟ ସୁନେଲି କଲର ହେବା ଯାଏଁ ସେକନ୍ତୁ।
  • ପ୍ରସ୍ତୁତ ହୋଇଗଲା ନ୍ୟୁଟେଲା ଫ୍ରେଞ୍ଚ୍‌ ଟୋଷ୍ଟ। ଉପରେ ଷ୍ଟ୍ରବେରୀରେ ସଜାଇ ପରଷନ୍ତୁ। ଏହାକୁ ଗରମ ଗରମ ଖାଇଲେ ଖୁବ୍‌ ଟେଷ୍ଟି ଲାଗିଥାଏ।