ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ହଜାର ୪୮୦ ପଜିଟିଭ୍‌ ଚିହ୍ନଟ, ୨୧ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ହଜାର ୪୮୦ ପଜିଟିଭ୍‌ ଚିହ୍ନଟ । ଆଜି ଆଉ ୨୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ମୋଟ ପଜିଟିଭ ରେଟ୍‌ ରହିଛି ୨.୫୧ ପ୍ରତିଶତ ।

ଖୋର୍ଦ୍ଧାରୁ ସର୍ବାଧିକ ୧୬୩ କେସ୍‌ ଚିହ୍ନଟ ହୋଇଛି । ସୁନ୍ଦରଗଡରୁ ୧୩୯, କଟକରୁ ୧୩୩, ଯାଜପୁରରୁ ୭୩ ନୂଆ ବାହାରିଛନ୍ତି । ୨୪ ଘଣ୍ଟାରେ ୫୮ ହଜାର ୮୧୬ ନମୁନା ପରୀକ୍ଷା ହୋଇଛି । ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୧୫ ହଜାର ୯୮୦ । ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୧୨ ଲକ୍ଷ ୭୩ ହଜାର ୩କୁ ବୃଦ୍ଧି ପାଇଛି । ୧୮ ବର୍ଷ ବୟସ୍କଙ୍କ ମଧ୍ୟରେଅଛନ୍ତି ୩୩୪ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.