କେନ୍ଦୁଝର ରଘୁଆଳ ସାହି ନିକଟରେ ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରଲର୍, ୨ମୃତ

କେନ୍ଦୁଝର: କେନ୍ଦୁଝର ୫୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୨ ବାଇକ ଆରୋହୀଙ୍କର ମୃତ। ଗତକାଲି ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ସୂଚନା ଅନୁସାରେ ଜାତୀୟ ରାଜପଥରେ ରଘୁଆଳ ସାହି ନିକଟରେ ଗୋଟିଏ ବାଇକରେ ତିନିଜଣ ଯୁବକ ରିମୁଳିରୁ ଯୋଡ଼ାକୁ ଯାଉଥିଲେ। ରାତି ପ୍ରାୟ ୯ଟା ବେଳେ ସେହି ବାଇକକୁ ପଛପଟୁ ଏକ ଟ୍ରଲର୍ ଧକ୍କା ଦେଇଥିଲା।

ଯାହାଫଳରେ ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ଗୁରୁତର ଯୁବକଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଦୁଇ ମୃତକଙ୍କ ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ପୋଲିସ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.