ମାତ୍ର ୧୯୦ ଟଙ୍କାରେ କିଣନ୍ତୁ Oppo A53s 5G ସ୍ମାର୍ଟଫୋନ, ଫ୍ଲିପକାର୍ଟ ସେଲରେ ମିଳୁଛି ଜବରଦସ୍ତ ଅଫର

ଫେବୃଆରୀ ମାସ କିଛି ଦିନ ମଧ୍ୟରେ ଶେଷ ହେବାକୁ ଯାଉଛି ଏବଂ ଏଭଳି ପରିସ୍ଥିତିରେ ଫ୍ଲିପକାର୍ଟ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ମାର୍ଟଫୋନ୍ ବିକ୍ରୟ, ଫ୍ଲିପକାର୍ଟ ମନ୍ଥ -ଏଣ୍ଡ ମୋବାଇଲ୍ ଫେଷ୍ଟ (Flipkart Month-End Mobiles Fest) ଆଣିଛି । ଫେବୃଆରୀ ୨୩ ରୁ ଫ୍ଲିପକାର୍ଟର ଆପ୍ ଏବଂ ୱେବସାଇଟ୍ ରେ ଏହି ବିକ୍ରିରେ ପ୍ରତ୍ୟେକ ବ୍ରାଣ୍ଡର ସ୍ମାର୍ଟଫୋନରେ ବଡ଼ ରିହାତି ଦିଆଯାଉଛି । ଆଜି ଆମେ Oppo ର 5G ସ୍ମାର୍ଟଫୋନ୍ Oppo A53s 5G ରେ ଉପଲବ୍ଧ ଅଫର ବିଷୟରେ କହୁଛୁ, ଯାହା ଦ୍ୱାରା ଆପଣ ଏହି 5G ଫୋନକୁ ୧୮,୯୯୦ ଟଙ୍କା ବଦଳରେ ମାତ୍ର ୧୯୦ ଟଙ୍କାରେ କିଣି ପାରିବେ। ଏହା କିପରି ହୋଇପାରେ ଆସନ୍ତୁ ଜାଣିବା ..

ଫ୍ଲିପକାର୍ଟରୁ ଏହି 5G ସ୍ମାର୍ଟଫୋନକୁ ଶସ୍ତାରେ କିଣନ୍ତୁ:

ଫ୍ଲିପକାର୍ଟ ବିକ୍ରିରେ Oppo A53s 5G ସ୍ମାର୍ଟଫୋନ୍ ୧୮,୯୯୦ ଟଙ୍କା ବଦଳରେ ୧୫,୯୯୦ ଟଙ୍କାରେ ବିକ୍ରି ହେଉଛି । ଏହି ସ୍ମାର୍ଟଫୋନ୍ ଡିଲରେ ଆପଣଙ୍କୁ ଅନେକ ବ୍ୟାଙ୍କ ଅଫର ମଧ୍ୟ ଦିଆଯାଉଛି, ଯେପରିକି ଯଦି ଆପଣ ଏହାକୁ କିଣିବା ସମୟରେ ଭିଯା , ବ୍ୟାଙ୍କ କିମ୍ବା IDFC ବ୍ୟାଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଏକ ହଜାର ଟଙ୍କା ରିହାତି ମିଳିବ ଏହି ଫୋନ୍ ୧୫,୯୯୦ ଟଙ୍କା ଜାଗାରେ ୧୪,୯୯୦ ଟଙ୍କାରେ ଉପଲବ୍ଧ ହେବ ।

Oppo A53s 5G ର ଏହି ଡିଲରେ, ଆପଣଙ୍କୁ ଏକ ଏକ୍ସଚେଞ୍ଜ୍ ଅଫର ମଧ୍ୟ ଦିଆଯାଉଛି, ଯାହା ଦ୍ୱାରା ଆପଣ ଏହାକୁ କମ୍ ମୂଲ୍ୟରେ କିଣି ପାରିବେ । ଆପଣ ପୁରୁଣା ସ୍ମାର୍ଟଫୋନ୍ ବଦଳରେ ଏହି Oppo ସ୍ମାର୍ଟଫୋନ୍ କିଣିବା ଦ୍ୱାରା ଆପଣ ୧୪,୮୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ । ଯଦି ଆପଣ ଏହି ଏକ୍ସଚେଞ୍ଜ୍ ଅଫରର ସମ୍ପୂର୍ଣ୍ଣ ଲାଭ ପାଆନ୍ତି, ତେବେ ଆପଣ ଏହି ସ୍ମାର୍ଟଫୋନ୍ କୁ ୧୪,୯୯୦ ଟଙ୍କା ନୁହେଁ, ମାତ୍ର ୧୯୦ ଟଙ୍କାରେ କିଣି ପାରିବେ ।

Oppo A53s 5G ର ଫିଚର:

Oppo ର ଏହି 5G ସ୍ମାର୍ଟଫୋନ୍ ୮ ଜିବି ରାମ୍ ଏବଂ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ସହିତ ଆସିଥାଏ । ମିଡିଆଟେକ ଡାଇମେନସିଟି ୭୦୦ ଚିପସେଟରେ କାମ କରୁଥିବା ଏହି ସ୍ମାର୍ଟଫୋନରେ ଆପଣଙ୍କୁ ୬.୫୨-ଇଞ୍ଚ HD + ଡିସପ୍ଲେ ଏବଂ 5000mAh ବ୍ୟାଟେରୀ ମିଳିବ । ଏହି ସ୍ମାର୍ଟଫୋନ୍ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ସହିତ ଆସିଥାଏ ଯେଉଁଥିରେ ମୁଖ୍ୟ ସେନ୍ସର ୧୩MP, ଦ୍ୱିତୀୟ ସେନ୍ସର ୨MP ଏବଂ ତୃତୀୟ ସେନ୍ସର ମଧ୍ୟ ୨MP ରହିଛି । ଏଥିରେ ଆପଣଙ୍କୁ ୮MP ର ଏକ ଆଗ କ୍ୟାମେରା ମଧ୍ୟ ଦିଆଯାଉଛି । ଫ୍ଲିପକାର୍ଟର ଏହି ସ୍ମାର୍ଟଫୋନ୍ ବିକ୍ରୟ ଫେବୃଆରୀ ୨୮ ପର୍ଯ୍ୟନ୍ତ ଚାଲିବ, ଅର୍ଥାତ୍ ସେପର୍ଯ୍ୟନ୍ତ ଆପଣ ଆରାମରେ ଆପଣଙ୍କର ପ୍ରିୟ ସ୍ମାର୍ଟଫୋନ୍ କ୍ରୟ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.