ଆଜି କଟକ ନିଆଳିର ୩ଟି ପଞ୍ଚାୟତର ୧୪ଟି ବୁଥରେ ସାନି ମତଦାନ, ସକାଳ ୧୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲବ ପ୍ରକ୍ରିୟା

କଟକ (କେନ୍ଯୁଜ୍): ଆଜି କଟକ ନିଆଳିର ୩ଟି ପଞ୍ଚାୟତର ୧୪ଟି ବୁଥରେ ସାନି ମତଦାନ । ପଞ୍ଚାୟତ ନିର୍ବାଚନ ବେଳେ କିଛି ବୁଥ୍‌ରେ ବିବାଦ ଉପୁଜିଥିଲା । ସେ ସବୁ ସ୍ଥାନ ମାନଙ୍କରେ ମତଦାନ ବନ୍ଦ ରହିଥିଲା । ଆଜି ସେହି ସ୍ଥାନରେ ପୁନଃ ମତଦାନ ହେବ । ପୋଖରୀ ଗ୍ରାମପଞ୍ଚାୟତର ୧୨ଟି, ଅଲଣା ଓ ବିଳାଶୁଣି ପଞ୍ଚାୟତରେ ଗୋଟିଏ ଲେଖାଏଁ ବୁଥରେ ସାନି ମତଦାନ ହେବ।

ମତଦାନ ସକାଳ ୧୦ରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ସାନି ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.