୮ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଚୋରା ଦେଶୀ ମଦ ଜବତ, ୪ ବେପାରୀ ଗିରଫ

ଜଳେଶ୍ବର(କେନ୍ଯୁଜ୍): କଟକ ଅବକାରୀ ଗୁଇନ୍ଦା ବିଭାଗ ଏବଂ ଜଳେଶ୍ବର ଅବକାରୀ ବିଭାଗ ର ମିଳିତ ଚଢଉ । ୮୦ କେଜି ଗଞ୍ଜେଇ ସମେତ ୬୮୦ ଲିଟର ଚୋରା ଦେଶୀ ମଦ ଜବତ। ଏହା ସହ ୪ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨ଟି କାର ଏବଂ ଗୋଟିଏ ବାଇକ ଜବତ କରିଛି ଅବକାରୀ ବିଭାଗ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ଯ ୮ ଲକ୍ଷ ଟଙ୍କା।

ଅବକାରୀ କମିଶସନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ବିଳମ୍ବିତ ରାତିରେ ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଠାରେ କଟକ ଅବକାରୀ ଗୁଇନ୍ଦା ବିଭାଗର ସ୍ପେଶାଲ ସ୍କ୍ୱାର୍ଡ ଓ ଜଳେଶ୍ୱର ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ୮୦ କେଜି ଗଞ୍ଜେଇ ସହ ଏକ ସ୍ଵିଫ୍ଟ ଡିଜାୟାର କାର ଜବତ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.