ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର କର୍ଣ୍ଣ ସୁଜି ବଲ୍ସ, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଆପଣ ପ୍ରତିଦିନ ସନ୍ଧ୍ୟାରେ ଚା’ ସହିତ କିଛି ଭିନ୍ନ ସ୍ନାକ୍ସ ଖାଇବାକୁ ପସନ୍ଦ କରୁଥିବେ। ସବୁଦିନ ଗୋଟେ ପ୍ରକାର ଜିନିଷ ଖାଇବାକୁ ସମସ୍ତଙ୍କୁ ବିରକ୍ତି ହିଁ ଲାଗେ। ତେବେ ଆପଣ ଘରେ ବହୁତ ସହଜରେ ଆଉ ଶୀଘ୍ର କର୍ଣ୍ଣ ସୁଜି ବଲ୍‌ସ ବନାଇପାରିବେ। ତେବେ ଏହା ପାଇଁ କ’ଣ ସାମଗ୍ରୀ ଦରକାର ଆଉ କେମିତି କରିବେ ଜାଣିବା ଆସନ୍ତୁ…

ଆବଶ୍ୟକ ସାମଗ୍ରୀ: ସୁଜି, ଦହି, କର୍ଣ୍ଣନ, ମଟର, କଞ୍ଚାଲଙ୍କା(ଛୋଟ ଛୋଟ କଟା ହୋଇଥିବା), ଧନିଆପତ୍ର, ଅଦା, ସୋରିଷ, ଜିରା, ରାଶି, ଇନୋ, ତେଲ, ଲୁଣ ସ୍ୱାଦନୁସାରେ।

ପ୍ରସ୍ତୁତି ପ୍ରଣାଳୀ: କର୍ଣ୍ଣ ସୁଜି ବଲ୍ସ କରିବା ପାଇଁ ପ୍ରଥମେ ଏକ ଜାଗାରେ ସୁଜି ସହିତ ଦହିକୁ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ ମକା, ମଟର ଦାନାକୁ ଖଣ୍ଡ ଖଣ୍ଡ କରି ଏଥିରେ ଭଲଭାବେ ମିଶାନ୍ତୁ। ତା’ ପରେ ସେଥିରେ କଞ୍ଚାଲଙ୍କା, ଧନିଆପତ୍ର, ଲୁଣ ପକାଇ ମଧ୍ୟ ଭଲ ମିଶାଇ ୧୫ ମିନିଟ ପାଇଁ ରଖିଦିଅନ୍ତୁ।

corn
pc: healthline

ଏବେ ଏକ ଜାଗାରେ ଅଳ୍ପ ତେଲ ଗରମ କରି ସେଥିରେ ସୋରିଷ, ଜିରା ଏବଂ ରାଶି ପକାଇ ଦିଅନ୍ତୁ। ଏହାକୁ ସୁଜି ଘୋଳରେ ମିଶାଇ ଦିଅନ୍ତୁ। ଏହାକୁ ମିଶାଇବା ପୂର୍ବରୁ ସୁଜି ମିଶ୍ରଣରେ ଇନୋ ପକାଇ ଦିଅନ୍ତୁ। ଏବେ ଏହାକୁ ନେଇ ସେଥିରେ ଛୋଟ ଛୋଟ ବଲ୍‌ ତିଆରି କରି ଦିଅନ୍ତୁ। ଏବେ ତେଲ ଗରମ କରି ସେଥିରେ ଏହାକୁ ଛାଣିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ କର୍ଣ୍ଣ ସୁଜି ବଲ୍ସ। ଏହାକୁ ଆପଣ ଟମାଟୋ ସସ୍‌ ଏବଂ ଚଟଣୀ ସହିତ ଖାଇପାରିବେ।

Leave A Reply

Your email address will not be published.