ୟୁକ୍ରେନ୍ର ବଳ ବଢ଼ାଇବାକୁ ବାଇଡେନ୍ଙ୍କ ଯୋଜନା: ଏୟାର ଡିଫେନ୍ସ ସିଷ୍ଟମ୍କୁ ପୋଲାଣ୍ଡରେ ମୁତୟନ କରୁଛି ଆମେରିକା

ୟୁକ୍ରେନ୍ ଉପରେ ଗତ ୧୩ ଦିନ ହେଲାଣି ଦମନଲୀଳା ଚଳାଇଛି ରୁଷ୍। ଆଜି ଏହି ଯୁଦ୍ଧ ୧୪ ତମ ଦିନରେ ପହଞ୍ଚିଛି। ଇତି ମଧ୍ୟରେ ୟୁକ୍ରେନ୍ରେ ସବୁ କିଛି ଧୂଳିସାତ୍ ହୋଇଯାଇଛି। ବଡ଼ ବଡ଼ କୋଠାବାଡ଼ି ସବୁ ମାଟିରେ ମିଶିଯାଇଛି। ତେବେ ଏହି ସ୍ଥିତିରେ ଆମେରିକା ୟୁକ୍ରେନ୍ର ସୀମାରେ ନିଜ ଗତିବିଧି ବଢ଼ାଇବା ଆରମ୍ଭ କରିଛି। ପେଣ୍ଟାଗନ୍ର ସୂଚନା ମୁତାବକ, ଆମେରିକା ଏବେ ପୋଲାଣ୍ଡରେ ନିଜ ଏୟାର ଡିଫେନ୍ସ ସିଷ୍ଟମ୍କୁ ପୁଣିଥରେ ମୁତୟନ କରୁଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଆମେରିକା ପରୋକ୍ଷ ଭାବେ ୟୁକ୍ରେନ୍କୁ ସୈନ୍ୟ ସାହାଯ୍ୟ ଯୋଗାଉଛି।
ୟୁକ୍ରେନ୍କୁ ସାହାଯ୍ୟ କରିବା ପାଇଁ ଆମେରିକାକୁ ପ୍ରସ୍ତାବ ଦେଇଛି ପୋଲାଣ୍ଡ। ପୋଲାଣ୍ଡ କହିଛି, ଆମେରିକା ନିଜର ସମସ୍ତ ଏମ୍ଆଇଜି-୨୯ ଯୁଦ୍ଧ ବିମାନ ୟୁକ୍ରେନ୍କୁ ଦେଉ। ଏ ନେଇ ଆମେରିକାର ରକ୍ଷା ମନ୍ତ୍ରାଳୟ କହିଛି- ଏହି ପ୍ରସ୍ତାବ ଉତ୍ତର ଆଟଲାଣ୍ଟିକ୍ ସନ୍ଧି ସଂଗଠନ (ନାଟୋ) ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ ଓ ଏହି ଯୋଜନା ତର୍କସଙ୍ଗତ ମଧ୍ୟ ନୁହେଁ।
BREAKING: The United States is sending two Patriot air-defense systems to Poland
— The Spectator Index (@spectatorindex) March 9, 2022
ପେଣ୍ଟାଗନ୍ର ପ୍ରେସ ସଚିବ ଜନ୍ କିର୍ବି କହିଛନ୍ତି, ରୁଷ ବିରୋଧରେ ୟୁକ୍ରେନ୍କୁ ସାହାଯ୍ୟ କରିବା ପାଇଁ ଆକାଶପଥରେ ଉଡ଼ାଣ ଭରିବା ପାଇଁ ଜର୍ମାନୀସ୍ଥିତ ଆମେରିକା/ନାଟୋ ସୈନ୍ୟ ଆଡ୍ଡାରୁ ବିମାନ ପଠାଇବା ଏକ ଚିନ୍ତାର ବିଷୟ। ଏହା ଦ୍ୱାରା ଯୁଦ୍ଧର ସ୍ଥିତି ଆହୁରି ଗମ୍ଭୀର ହୋଇପାରେ। ଏହି ମାମଲାରେ ଆମେରିକା ପୋଲାଣ୍ଡ ସହ କଥାବାର୍ତ୍ତା ଜାରି ରଖିଛି।
ଅନ୍ୟପଟେ ମଙ୍ଗଳବାର ଦିନ ପୋଲାଣ୍ଡ କହିଛି, ସେ ନିଜର ସମସ୍ତ ଏମ୍ଆଇଜି-୨୯ ଯୁଦ୍ଧ ବିମାନ ଆମେରିକାକୁ ଦେବ। ଫଳରେ ଏହାର ବ୍ୟବସ୍ଥା କରିହେବ ଓ ୟୁକ୍ରେନ୍ର ସେନା ପର୍ଯ୍ୟନ୍ତ ପଠାଇ ହେବ। ପଶ୍ଚିମ ଦେଶକୁ ଯୁଦ୍ଧ ବିମାନ ଯୋଗାଇବା ନେଇ ୟୁକ୍ରେନ୍ କରିଥିବା ଅନୁରୋଧ ଉପରେ ଏବେ ପୋଲାଣ୍ଡ ଚିନ୍ତା କରୁଛି। ଏହି ନିର୍ଣ୍ଣୟ ୟୁକ୍ରେନ୍ର ମନୋବଳ ବଢ଼ାଇବ ବୋଲି କହିଛି ପୋଲାଣ୍ଡ।
Also Read: ରୁଷ୍କୁ ‘ଆତଙ୍କବାଦୀ ଦେଶ’ ଘୋଷଣା କରାଯାଉ : ଜେଲେନ୍ସ୍କି