ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଟେଷ୍ଟି ଶାଗୁଦାନା ବରା, ବ୍ରେକଫାଷ୍ଟକୁ କରନ୍ତୁ ହେଲଦି
ସକାଳ ଜଳଖିଆ ପେଟ ଭରି ଖାଇବା ଏବଂ ସୁସ୍ଥ ଖାଇବା ଶରୀର ପାଇଁ ଲାଭକାରୀ ହୋଇଥାଏ। ଯାହାଦ୍ୱାରା ଦିନଯାକ ଫ୍ରେସ୍ ଲାଗିଥାଏ। ତେଣୁ ପିଲାଙ୍କୁ ଟେଷ୍ଟି ଏବଂ ହେଲଦି କ’ଣ ଖାଇବାକୁ ଦେବେ ବାପା ଚିନ୍ତାରେ ରହିଥାନ୍ତି। ପିଲାଙ୍କୁ ଶାଗୁ ଖୁଆଇବା ଦେହ ପାଇଁ ଭଲ ହୋଇଥାଏ। ତେଣୁ ଆପଣ ଯଦି ଚାହିଁବେ ପିଲାଙ୍କୁ ଶାଗୁଦାନ ବରା କରି ଖାଇବାକୁ ଦେଇପାରିବେ। ତେଣୁ ଶାଗୁଦାନା ବରା ପାଇଁ କ’ଣ ଆବଶ୍ୟକ ଆସନ୍ତୁ ଜାଣିବା…
ଶାଗୁଦାନା ବରା ସାମଗ୍ରୀ:
ଜୁଆଣି, ହଳଦୀ, ଗୋଲମରିଚ ପାଉଡର, କଳା ଜିରା, ଲୁଣ ସ୍ୱାଦନୁସାରେ, କଞ୍ଚାଲଙ୍କା, ଚାଉଳ ଗୁଣ୍ଡ, ଆଳୁ, ଶାଗୁଦାନା, ଅଦା, ଲଙ୍କା, ଧନିଆ, ଲେମ୍ବୁ ରସ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମ ଶାଗୁଦାନକୁ ଭଲଭାବେ ଧୋଇ ତାକୁ ୨ ଘଣ୍ଟା ପର୍ଯ୍ୟନ୍ତ ବତୁରାଇ ଦିଅନ୍ତୁ।
ଶାଗୁଦାନା ଭିଜିଗଲେ ସେଥିରୁ ପାଣି କାଢି ସେଥିରେ ଲଙ୍କା, ଚାଉଳ ଗୁଣ୍ଡ, ଗୋଲମରିଚ ପାଉଡର, ଲୁଣ, ଆଳୁ, କଞ୍ଚାଳଙ୍କା, ଧନିଆପତ୍ର ଏବଂ ଲେମ୍ବୁ ରସ ମିଶାଇ ଭଲଭାବେ ମିଶାଇ ଦିଅନ୍ତୁ।
ଏବେ ଶାଗୁଦାନକୁ ବରା ଆକାରର କରି ଛାଣନ୍ତୁ। ଆଉ ସସ୍ ସହିତ ଗରମ ଗରମ ପରଷନ୍ତୁ।