ଆସନ୍ତା ୨୮ରୁ ଆରମ୍ଭ ହେବାକୁ ଯାଉଛି ୨୦ତମ ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ,କଳିଙ୍ଗ ଷ୍ଟାଡିୟମ୍‌ ଓ କିଟରେ ଖେଳାଯିବ ସମସ୍ତ ଇଭେଣ୍ଟ

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୨୮ରୁ ଆରମ୍ଭ ହେବାକୁ ଯାଉଛି ୨୦ତମ ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ-୨୦୨୨ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ଓ କିଟ୍‌ ବିଶ୍ୱବିଦ୍ୟାଳୟରେ ଖେଳାଯିବ ସମସ୍ତ ଇଭେଣ୍ଟ । ଏହି ପ୍ରତିଯୋଗିତାରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖେଳାଳି ଅଂଶଗ୍ରହଣ କରିବେ । ୭୫୮ ଜଣେ ଭିନ୍ନକ୍ଷମ, ୧୫୩ ଦୃଷ୍ଟିହୀନ ଖେଳାଳିଙ୍କ ସମେତ ମୋଟ ୧୨୦୦ ପ୍ରତିଯୋଗୀ ସାମିଲ ହେବେ । ୨୦୦ ଅଫିସିଆଲ୍‌ ଓ ୧୫୦ ଜଣ ସ୍ୱେଚ୍ଛାସେବୀ ଖେଳ ପରିଚାଳନା କରିବେ । ଆସନ୍ତା ୩୧ ତାରିଖ ଯାଏ ଚାଲିବ ଏହି ଚାମ୍ପିଅନସିପ ।

ସମସ୍ତ ପ୍ରତିଯୋଗୀଙ୍କ ରହଣୀ ଓ ଖାଇବା ପାଇଁ କିଟ୍‌ରେ ବ୍ୟବସ୍ଥା କରାଯାଇଛି । ଏନେଇ ଭୁବନେଶ୍ୱର ପ୍ରେସିଡେନ୍ସି ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ପାରା ଅଲିମ୍ପିକ ସଂଘର ସଭାପତି ପଦ୍ମଶ୍ରୀ ଦୀପା ମଲିକ, ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ, ଓଡ଼ିଶା ପାରା ସ୍ପୋର୍ଟସ ଆସୋସିଏସନ୍‌ ସଭାପତି କମଳାକାନ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ । ପାରା ଆଥଲେଟଙ୍କ ପାଇଁ ଏଭଳି ପ୍ରତିଯୋଗିତାର ଆୟୋଜନ ଓ ଖେଳାଳିଙ୍କୁ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ଓ କିଟ୍‌, କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ଦୀପା ମଲିକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.