ରାଜ୍ୟର ବିଭିନ୍ନ ବାର ଆସୋସିଏସନର ନିର୍ବାଚନ ଫଳାଫଳ ଘୋଷିତ,ହାଇକୋର୍ଟ ବାରର ସଭାପତି ହେଲେ କାଳୀ ପ୍ରସନ୍ନ ମିଶ୍ର

କଟକ(କେନ୍ୟୁଜ୍):ରାଜ୍ୟର ବିଭିନ୍ନ ବାର ଆସୋସିଏସନର ନିର୍ବାଚନ ଗତକାଲି ଅନୁଷ୍ଠିତ ହୋଇ ଫଳାଫଳ ଘୋଷଣା କରାଯାଇଛି। ହାଇକୋର୍ଟ ବାର ଆସୋସିଏସନର ସଭାପତି ଭାବେ କାଳୀ ପ୍ରସନ୍ନ ମିଶ୍ର, ସମ୍ପାଦକ ଭାବେ ଆଲୋକ ନନ୍ଦ, ଉପସଭାପତି ଭାବେ କ୍ଷୀରୋଦ କୁମାର ରାଉତ, ସହ ସମ୍ପାଦକ ଭାବେ ରଶ୍ମିରଞ୍ଜନ ମିଶ୍ର ନିର୍ବାଚିତ ହୋଇଛନ୍ତି।

ସେହିପରି କଟକ ବାର ଆସୋସିଏସନର ସଭାପତି ଭାବେ ଗୌତମ ଚରଣ ରାଉତ, ଉପ ସଭାପତି ଭାବେ ଚୌଧୁରୀ ବସନ୍ତ କୁମାର ପ୍ରହରାଜ ଓ ସମ୍ପାଦକ ଭାବେ ଦିଲ୍ଲୀପ କୁମାର ମହାରଣା ନିର୍ବାଚିତ ହୋଇଛନ୍ତି। କଟକ କ୍ରିମିନାଲ କୋର୍ଟସ ବାର ଆସୋସିଏସନର ସଭାପତି ଭାବେ ମନୋରଞ୍ଜନ ମିଶ୍ର, ଉପସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ଦାସ ଓ ସମ୍ପାଦକ ଭାବେ ମନୋଜ କୁମାର ମହାପାତ୍ର ନିର୍ବାଚିତ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.