ଇସ କି ନୃଶଂସ ! ୧୦୦ ରୁ ଅଧିକ ସଂଖ୍ୟକ କୁକୁରଙ୍କୁ ବିଷ ଇଞ୍ଜେକ୍ସନ ଦେଇ ମାରିଦେଲେ

ତେଲେଙ୍ଗାନାରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । ତେଲେଙ୍ଗାନାର ସିଦ୍ଧିପେଷ୍ଟ ଜିଲ୍ଲାରେ ୧୦୦ ରୁ ଅଧିକ ସଂଖ୍ୟକ ବୁଲା କୁକୁରଙ୍କୁ ମାରି ଦିଆଯାଇଛି । ଏନେଇ ଅଦୁଳାପୁରମ ଗୋଉଥମ ନାମକ ଜଣେ ପଶୁପ୍ରେମୀ ଅଭିଯୋଗ ଆଣିଛନ୍ତି । ଏତେ ସଂଖ୍ୟକ କୁକୁର ମାନଙ୍କୁ ହତ୍ୟା ଅଭିଯୋଗରେ ଗୌତମ ଉକ୍ତ ଗାଁର ସରପଞ୍ଚ ଓ ପଂଚାୟତ ସେକ୍ରେଟାରୀଙ୍କ ନାଁରେ ଅଭିଯୋଗ ଦାୟର କରିଛନ୍ତି । ତାମିଲ ନାଡ଼ୁର ସିଦ୍ଦିପେଷ୍ଟ ଜିଲ୍ଲାର ଜଗଡେଭପୁର ମଣ୍ଡଳର ଥିଗୁଲ ଗ୍ରାମରେ ଏହି ଘଟଣା ଘଟିଥିବା ଜଣାଯାଇଛି ।

ଗୌତମଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ମାନେ କୁକୁର ଧରାଳି ମାନଙ୍କୁ ଆଣି ସେମାନଙ୍କୁ ବିଷ ଇଞ୍ଜେକ୍ସନ ଦେଇ ମାରି ଦେଇଛନ୍ତି । ଘଟଣାଟି ମାର୍ଚ୍ଚ ୨୭  ତାରିଖରେ ଘଟିଥିବା ଜଣାଯାଇଛି । ଖାଲି ବୁଲା କୁକୁରଙ୍କୁ ଯେ ମାରି ଦିଆଯାଇଛି ତାହା ନୁହେଁ ଗାଁର ଜଣେ ବ୍ୟକ୍ତିଙ୍କ ପୋଷା କୁକୁରକୁ ବି ଏମାନେ ମାରି ଦେଇଥିବା ନେଇ ଅଭିଯୋଗ ଆସିଛି । ପୋଷା କୁକୁରର ମାଲିକ ଜଣକ “ଆନିମଲ ଫାଉଣ୍ଡେସନ” ନିକଟରେ ଅଭିଯୋଗ ଦାୟର କରିବା ପରେ ହଜିଯାଇଥିବା କୁକୁର ମାନଙ୍କୁ ଖୋଜା କାମ ଆରମ୍ଭ ହୋଇଥିଲା । ଅନେକ ଖୋଜାଖୋଜି କରିବା ପରେ ମଲା କୁକୁର ମାନଙ୍କ ଶବ ଏକ ପରିତ୍ୟକ୍ତ କୂଅ ଭିତରୁ ମିଳିଥିଲା ।

ପଶୁପ୍ରେମୀ ଗୌତମଙ୍କ କହିବା ଅନୁଯାୟୀ ଘଟଣା ବାବଦରେ ସେ ସିଦ୍ଦିପେଷ୍ଟ ଜିଲ୍ଲାପାଳ ଓ ପୋଲିସ କମିସିନରଙ୍କ ନିକଟରେ ବି ଏକ ଅଭିଯୋଗ ଦାୟର କରିଛନ୍ତି । ସରପଂଚ ସେକ୍ରେଟେରୀଙ୍କୁ ସସ୍ପେଣ୍ଡ କରିବା ପାଇଁ ବି ଅଭଯୋଗ ଫର୍ଦ୍ଦରେ ଉଲ୍ଲେଖ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.