ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମତ୍ତକାଣ୍ଡ; ସିରିଜ ଦୁର୍ଘଟଣାରେ ୨ ମୃତ , ୨ ଆହତ

ମୟୂରଭଞ୍ଜ (କେନ୍ୟୁଜ): ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମତ୍ତକାଣ୍ଡ । ସିରିଜ ଦୁର୍ଘଟଣାରେ ଦୁଇ ଜଣଙ୍କର ଜୀବନ ଯାଇଛି । ଆହତ ହୋଇଛନ୍ତି ଆଉ ୨ ଜଣ । ବାରିପଦାରେ ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଛି । ମଦ୍ୟପ ଡ୍ରାଇଭରକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକ । ଟ୍ରକଟି ଟାଙ୍ଗୀରୁ ସିମେଣ୍ଟ ନେଇ ଆସିଥିଲା । ଫେରିବା ବେଳେ ମଦ ପିଇ ଗାଡ଼ି ଚଳାଉଥିଲେ ।

ମାତାଲ ଅବସ୍ଥାରେ ଗାଡି ଚଳାଇବା ବେଳେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ପରେ ୨ ଜଣ ପଥଚାରୀଙ୍କ ଉପରେ ଟ୍ରକ ମଡ଼ାଇ ଦେଇଥିଲେ । ଘଟଣାସ୍ଥଳରୁ ଗାଡି ନେଇ ଖସି ଯିବାକୁ ଉଦ୍ୟମ ବେଳେ ବାରିପଦା ବଜାରରୁ ଲୋକ ଡ୍ରାଇଭରକୁ କାବୁ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.