ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନ ଟଳମଳ; ଇସ୍ତଫା ପାଇଁ ୨୪ ଘଣ୍ଟାର ଅଲଟିମେଟମ ଦେଲା ଆଇଏସ୍‌ଆଇ

ନୂଆଦିଲ୍ଲୀ : ପାକିସ୍ତାନରେ ରାଜନୈତିକ ଭୂକମ୍ପ । ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଆସନ ଟଳମଳ । ପାକ୍‌ ଜାତୀୟ ଆସେମ୍ବ୍ଲିରେ ବହୁମତ ହରାଇବା ପରେ ଇସ୍ତଫା ପାଇଁ ଇମ୍ରାନଙ୍କ ଉପରେ ଚାପ ବଢୁଛି । ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପାଇଁ ପାକ୍‌ ଆର୍ମି ଓ ଆଇଏସଆଇ ମଧ୍ୟ ତାଙ୍କ ଉପରେ ଚାପ ପକାଉଛନ୍ତି । ଇସ୍ତଫା ପାଇଁ ଆଇଏସ୍‌ଆଇ ଇମ୍ରାନଙ୍କୁ ୨୪ ଘଣ୍ଟା ସମୟ ଦେଇଛି । ପାକିସ୍ତାନ ସେନା ମୁଖ୍ୟ ଓ ଆଇଏସଆଇ ମୁଖ୍ୟ ଇମ୍ରାନ୍‌ଙ୍କୁ ଭେଟିଥିବା ସୂଚନା ମିଳିଛି । ଇସ୍ତଫା ଚାପ ଭିତରେ ଦେଶକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମକୁ ବାତିଲ କରି ଦେଇଛନ୍ତି ଇମ୍ରାନ୍‌ ଖାନ୍‌ ।

ପାକିସ୍ତାନ ଆସେମ୍ବଲି ରେ ୩୪୨ ସଦସ୍ୟ ଅଛନ୍ତି । ଇମ୍ରାନକୁ ଗାଦିରେ ରହିବାକୁ ହେଲେ ୧୭୨ ଭୋଟ୍‌ ଦରକାର । MQM ଛାଡିବା ପରେ ବିରୋଧୀଙ୍କ ନିକଟରେ ୧୭୭ ସଦସ୍ୟଙ୍କ ସମର୍ଥନ ହୋଇଛି। ଭୋଟିଂରୁ ବିରତ ରହିବାକୁ ଗତକାଲି ହ୍ଵିପ୍‌ ଜାରି କରିଥିଲେ ଇମ୍ରାନ୍‌ । ନିଜ ଦଳ ପିଟିଆଇ ସଦସ୍ୟଙ୍କୁ ହ୍ଵିପ୍‌ ଜାରି କରିଥିଲେ । ଏପର୍ଯ୍ୟନ୍ତ ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ପୂରଣ କରିପାରି ନାହାନ୍ତି । ଇମ୍ରାନ ବି ସେହି ରାସ୍ତାର ପଥିକ । ଇମ୍ରାନ୍‌ ଇସ୍ତଫା ଦେବେ ନାହିଁ ଏବଂ ଶେଷ ବଲ୍‌ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବେ ବୋଲି ଟ୍ଵିଟ୍‌ କରି କହିଥିଲେ ମନ୍ତ୍ରୀ ଫଓ୍ଵାଦ ଚୌଧରୀ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.