ଜିଓ ଆଣିଲା ପ୍ରଥମ କ୍ୟାଲେଣ୍ଡର ଭାଲିଡିଟି ପ୍ଲାନ୍: ୨୫୯ ଟଙ୍କାରେ ୩୦ ଦିନ ଭାଲିଡିଟି, ଜାଣନ୍ତୁ ଏହାର ଫାଇଦା

ଆପଣ ଜିଓ ବ୍ୟବହାର କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। ଗ୍ରାହକମାନଙ୍କ ପାଇଁ ଏକ ମାସର ଭାଲିଡିଟି ପ୍ଲାନ୍ ସହିତ ସମସ୍ତ ଯୋଜନା ପ୍ରଦାନ କରିବାକୁ TRAI, ନିକଟରେ ସମସ୍ତ ଟେଲିକମ୍ କମ୍ପାନୀଗୁଡିକୁ ନିର୍ଦ୍ଦେଶନାମା ଦେଇଛି। ଏହା ପରେ ଜିଓ ମାସିକିଆ ଯୋଜନା ଆରମ୍ଭ କରିଛି। ରିଲାଏନ୍ସ ଜିଓ ପ୍ରିପେଡ୍ ଯୋଜନା ବର୍ତ୍ତମାନ ଅଧିକ ମାତ୍ରାରେ ବଢ଼ିଛି। ପୁଣି ଏହା ନିଜର ପ୍ରିପେଡରେ ଅନ୍ୟ ଏକ ପ୍ଲାନ୍ ଯୋଡ଼ିଛି ଯାହାକି କେବଳ ଗୋଟେ ମାସ ପାଇଁ ହେଲେ ଆପଣ ଏହାର ଲାଭ ଉଠାଇ ପାରିବେ।

ଭାରତର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏକ ନୂତନ ପ୍ରିପେଡ୍ ଯୋଜନା ଆଣିଛି। ଏହି ପ୍ଲାନ୍ ‘କ୍ୟାଲେଣ୍ଡର ମନ୍ଥ ଭାଲିଡିଟି ଟ୍ୟାଗଲାଇନ୍ ସହିତ ଆରମ୍ଭ କରାଯାଇଛି। ଏହି ପ୍ଲାନ୍ ର ମୂଲ୍ୟ ୨୫୯ ଟଙ୍କା ରଖାଯାଇଛି। ବିଶେଷ କଥା ହେଉଛି ଏହି ପ୍ଲାନ ଗୋଟଏ ସପୂର୍ଣ୍ଣ ମାସର ଅର୍ଥାତ୍ ୩୦ ଦିନର ଭାଲିଡିଟି ସହିତ ଆସିଥାଏ। ଏହି ପ୍ଲାନରେ, ଉପଭୋକ୍ତାମାନେ ରିଚ୍ ଡାଟା ଏବଂ ଅସୀମିତ କଲିଂ ଭଳି ଫିଚରର ଲାଭ ଉଠାଇ ପାରିବେ।

jio
Picture Credit – Bharat times news

ତେବେ ଆସନ୍ତୁ ଜାଣିବା ଏହି ଯୋଜନାରେ ଜିଓ ଉପଭୋକ୍ତାମାନେ କ’ଣ ଲାଭ ପାଇବେ। ଜିଓର ଏହି ଯୋଜନାରେ, ଉପଭୋକ୍ତାମାନେ ପ୍ରତିଦିନ 1.5GB ଡାଟା, 100 SMS ଏବଂ ଅସୀମିତ ଭଏସ୍ କଲିଂ ସୁବିଧା ପାଇ ପାରିବେ। ଏହି ପ୍ଲାନର ଖାସ ବିଶେଷତ୍ୱ ​​ହେଉଛି ଉପଭୋକ୍ତାମାନେ ଏହି ଯୋଜନା ସହିତ ୩୦ ଦିନର ଭାଲିଡିଟି ପାଇବେ। ଏହା ସହିତ, ଯୋଜନାରେ ଦୈନିକ ଡାଟା ସରିଯିବା ପରେ ଡାଟା ସ୍ପିଡ୍ 64 Kbps କୁ ଖସିଯାଏ । Jio ର ଏହି ଯୋଜନାରେ ଉପଲବ୍ଧ ଅତିରିକ୍ତ ସୁବିଧା ବିଷୟରେ କହିବାକୁ ଗଲେ, ୟୁଜରମାନେ JioCinema, JioTV, JioCloud, ଏବଂ JioSecurity ପରି Jio ଆପ୍ସକୁ ମାଗଣା ଏଣ୍ଟ୍ରି କରାଇ ପାରିବେ।

ଜିଓ କ୍ୟାଲେଣ୍ଡର ମନ୍ଥ ଭାଲିଡିଟି ପ୍ଲାନ୍ ଉପଭୋକ୍ତାମାନଙ୍କୁ ଅନଲିମିଟେଡ ଡାଟା ପ୍ରଦାନ କରିବ। ଜିଓ ଦାବି କରିଛି ଯେ ଏହା ହେଉଛି ଦେଶର ପ୍ରଥମ ଟେଲିକମ୍ କମ୍ପାନୀ, ଯାହା ପୂର୍ଣ୍ଣ ମାସର ଭାଲିଡିଟି ସହିତ ଏକ ଯୋଜନା ଆରମ୍ଭ କରିଛି। ଧରାଯାଉ ଯଦି ଜଣେ ଉପଭୋକ୍ତା ୧୦ ଏପ୍ରିଲରେ ୨୫ ଟଙ୍କା ମାସିକ ଯୋଜନା ସହିତ ରିଚାର୍ଜ କରନ୍ତି, ତେବେ ପରବର୍ତ୍ତୀ ରିଚାର୍ଜ ତାରିଖ ୧୦ ମେ କୁଟ ଧରାଯିବ। ତା’ପରେ ୧୦ ଜୁନ୍ ଏବଂ ତା’ପରେ ୧୦ ଜୁଲାଇ ହେବ। ବିଶେଷ କଥା ହେଉଛି ଯଦି ଜିଓ ବ୍ୟବହାରକାରୀମାନେ ଚାହାଁନ୍ତି, ତେବେ ବାକି ଜିଓ ପ୍ରିପେଡ୍ ଯୋଜନା ପରି, ୨୫୯ ଟଙ୍କାର ପ୍ଲାନ୍ ଏକ ସମୟରେ ଅନେକ ଥର ରିଚାର୍ଜ ହୋଇପାରିବ। ଏହା ସହିତ, ବର୍ତ୍ତମାନର ଆକ୍ଟିଭ୍ ପ୍ଲାନ୍ ପରେ ନୂତନ ମାସରେ ଏହା ସ୍ୱୟଂଚାଳିତ ଭାବରେ ଆକ୍ଟିଭ୍ ହେବ।

ଏହା ସହିତ ଉପଭୋକ୍ତାଙ୍କୁ ବାରମ୍ବାର ରିଚାର୍ଜ କରିବାକୁ ପଡ଼ିବ ନାହିଁ। ଆପଣ ଜାଣନ୍ତି ଯେ ସମସ୍ତ ଟେଲିକମ୍ କମ୍ପାନୀଗୁଡିକ ବର୍ତ୍ତମାନ ୧ ମାସ କହି ମାତ୍ର ୨୮ ଦିନ ପ୍ରିପେଡ୍ ଯୋଜନା ପ୍ରଦାନ କରୁଛନ୍ତି । ଚଳିତ ବର୍ଷ ଜାନୁଆରୀରେ, TRAI ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ଅତି କମରେ ଗୋଟିଏ ପ୍ଲାନ୍ ଭାଉଚର୍, ଗୋଟିଏ ସ୍ୱତନ୍ତ୍ର ଶୁଳ୍କ ଭାଉଚର୍ ଏବଂ ୩୦ ଦିନର ଭାଲିଡିଟି ସହିତ ଗୋଟିଏ କମ୍ବୋ ଭାଉଚର୍ ପ୍ରଦାନ କରିବାକୁ କହିଥିଲା ​। କାରଣ ଡାଟା ପ୍ଲାନ୍ ଅଧିକ ମାତ୍ରାରେ ବଢ଼ିବାକୁ ଲାଗୁଛି, ଯାହା ପାଇଁ ଗ୍ରାହକମାନେ ଅସୁବିଧାର ସାମ୍ନା କରୁଛନ୍ତି। ତେବେ ନିଜର ଡାଟା ପ୍ଲାନରେ ପରିବର୍ତ୍ତନ ଆଣିବା ପାଇଁ ଟ୍ରାଇ ସବୁ ଟେଲିକମ୍ କମ୍ପାନୀକୁ ସୂଚନା ଦେଇଛି। ସର୍ବ ପ୍ରଥମେ ଜିଓ ଏହା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.