କେନ୍ୟୁଜ୍(ବ୍ୟୁରୋ): ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ମୋଡ। ମାନସଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଯୋଜନା କରିଥିଲେ ଅଭିଯୁକ୍ତ । ରଞ୍ଜନ, ବିବେକ ଓ ଭାଗିରଥିଙ୍କ ମାଡ଼ରେ ମାନସଙ୍କ ମୃତ୍ୟୁ ହୋଇଥିଲା। ଏପଟେ ପୁଣି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଦ୍ୱିତୀୟ ପର୍ଯ୍ୟାୟରେ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଚାନ୍ଦବାଲି କୋର୍ଟରେ ଆବେଦନ କରିବ କ୍ରାଇମବ୍ରାଞ୍ଚ।
ଗତକାଲି ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରଥିବାବେଳେ ଅନେକ ତଥ୍ୟ ଏବେବି ରହସ୍ୟ ଘେରରେ। ତେଣୁ ଅଧିକ ତଥ୍ୟ ହାସଲ ପାଇଁ ପୁଣି ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। କିନ୍ତୁ ମେମୋରୀ ଚିପ୍ ରହସ୍ୟ ଏବେ ବି ଖୋଲିନି । କୁଆଡ଼େ ଗଲା ସେହି ମେମୋରୀ ଚିପ୍ ? ଦୋଷ ମାନିଥିଲେ ବି ଶର୍ମିଷ୍ଠା, ନିରଞ୍ଜନ କି ଅନ୍ୟ ଅଭିଯୁକ୍ତ କେହି ହତ୍ୟାର କାରଣ କହୁ ନାହାନ୍ତି ।
ଶର୍ମିଷ୍ଠାଙ୍କ ମୋବାଇଲକୁ ଯାଞ୍ଚ ପାଇଁ ଫରେନ୍ସିକ୍ ଲାବୋରେଟାରୀକୁ ପଠାଯିବ। ସେହିଭଳି ଶର୍ମିଷ୍ଠାଙ୍କ ଘରୁ ଜବତ ହୋଇଛି ନିରଞ୍ଜନଙ୍କ ଡାଏରୀକୁ ମଧ୍ୟ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ।