Below header

କଙ୍ଗନା ରାଣାଓ୍ଵତଙ୍କ ‘ଲକ୍ ଅପ୍’ ଶୋ’ରେ ପାର୍ ହେଲା ସବୁ ସୀମା, ଭାଇରାଲ୍ ହେଉଛି ସାୟେଶା ସିନ୍ଦେ ଏବଂ ମନ୍ଦାନା କରିମିଙ୍କ ଏହି କିସ୍ ଭିଡିଓ

ନୂଆଦିଲ୍ଲୀ: କଙ୍ଗନା ରାଣାଓ୍ଵତଙ୍କ ‘ଲକ୍ ଅପ୍’ ଶୋ’କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଶୋ’ରେ ପ୍ରତିଯୋଗୀମାନଙ୍କ ଲାଇଫଷ୍ଟାଇଲ୍ ଆଉ କଣ୍ଟ୍ରୋଭର୍ସିକୁ ନେଇ ସବୁ ଏପିସୋଡରେ ବିବାଦ ଦେଖାଯାଏ। କିନ୍ତୁ ବର୍ତ୍ତମାନ ଶୋ’ରେ ଏମିତି କିଛି ଘଟିଛି, ଯାହା ପୁଣି ଏକ ବିବାଦ ସୃଷ୍ଟି କରିଛି। ଏକ ଗେମ୍ ଚାଲିଥିବା ସମୟରେ, ସାୟେଶା ସିନ୍ଦେ, ମନ୍ଦାନା କରିମିଙ୍କୁ ଚୁମ୍ବନ ଦେଇଥିଲେ। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କଙ୍ଗନାଙ୍କ ଶୋ’ରେ ସବୁ ସୀମା ପାର୍ :

ବାସ୍ତବରେ, ଶୋ’ର ହୋଷ୍ଟ କଙ୍ଗନା ରାଣାଓ୍ଵତ ପ୍ରତିଯୋଗୀମାନଙ୍କୁ ଜର୍ଜମେଣ୍ଟ ଡେ’ରେ ଏକ ନୂତନ କାର୍ଯ୍ୟ ଦେଇଥିଲେ ଏବଂ ସମସ୍ତଙ୍କୁ କହିଥିଲେ ଏମିତି ଏକ ପ୍ରତିଯୋଗୀ ବାଛିବା ପାଇଁ ଯାହାକୁ ସେମାନେ ଚୁମ୍ବନ ଦେବାକୁ ଚାହୁଁଛନ୍ତି। ଯଦିଓ ପ୍ରତିଯୋଗୀମାନଙ୍କୁ ଗାଲରେ ଏକ ଚୁମ୍ବନ ଷ୍ଟାମ୍ପ ଲଗାଇବାକୁ ପଡୁଥିଲା, କିନ୍ତୁ ଏହି ସମୟ ମଧ୍ୟରେ ସାୟେଶା ସିନ୍ଦେ, ମନ୍ଦାନା କରିମିଙ୍କୁ ଓଠରେ ଚୁମ୍ବନ ଦେଇଥିଲେ। ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସାୟେଶା ନିଜର ଭାବନାକୁ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି, ‘ମନ୍ଦାନା ତାଙ୍କୁ ବହୁତ ଆକର୍ଷିତ ଲାଗନ୍ତି।

ଇଣ୍ଟରନେଟରେ ଭିଡିଓ ଭାଇରାଲ :

ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଆଜଜା ଫାଲ୍ଲା, ଗାଲରେ ଷ୍ଟାମ୍ପ ଲଗାଇବା ପାଇଁ ଶିବମଙ୍କୁ ବାଛିଥିଲେ। ସେହିଭଳି ଜିଶାନ ଖାନ ମାଣ୍ଡାନାଙ୍କୁ ବାଛିଥିଲେ। ମନ୍ଦାନା ଅଞ୍ଜଲି ଏବଂ ମୁନାୱାର ଫାରୁକି, ସାଇଶାଙ୍କୁ ବାଛିଥିଲେ। ହେଲେ ମନ୍ଦାନା ଏବଂ ସାୟେଶାଙ୍କର କିସ୍ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହେଉଛି |

୧୦ ବର୍ଷ ବୟସରେ ଅସଦାଚରଣ ଶିକାର ହୋଇଥିଲେ:

ସାୟେଶା ସିନ୍ଦେ ଜଣେ ଟ୍ରାନ୍ସୱିମ୍ୟାନ୍। ଜାନୁଆରୀ ୨୦୨୧ ରେ ସେ ନିଜ ଯୌନ ପରିବର୍ତ୍ତନ କରିଥିଲେ। ସେ ନିଜେ ସୋସିଆଲ ମିଡିଆରେ ଏକଥାକୁ ଘୋଷଣା କରିଛନ୍ତି। ଥରେ ସାୟେଶା ସିନ୍ଦେ ‘ଲକ୍ ଅପ୍’ ଶୋ’ରେ କହିଥିଲେ ଯେ ଯେତେବେଳେ ତାଙ୍କୁ ୧୦ ବର୍ଷ ହୋଇଥିଲା, ସେତେବେଳେ ପରିବାର ଜଣେ ସଦସ୍ୟ ତାଙ୍କୁ ଅସଦାଚରଣ କରିଥିଲେ।
ସେ ତାଙ୍କ ଠାରୁ ମାତ୍ର କିଛି ବର୍ଷ ବଡ ଥିଲେ। କିଛି ବର୍ଷ ପରେ ଜାଣିବା ପରେ, ସେ ବୁଝିଥିଲେ କି, ତାଙ୍କ ସହ ଅସଦାଚରଣ ହୋଇଥିଲା ବୋଲି । ତେବେ ସାୟେଶା ଉକ୍ତ ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରିନାହାଁନ୍ତି। ସେ କହିଥିଲେ ଯେ ସେ ତାଙ୍କ ନାମ ନେବାକୁ ଚାହୁଁନାହାଁନ୍ତି କାରଣ ଏହା ତାଙ୍କ ପରିବାର ବିଷୟରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.