ଆଡଲ୍ଟ ଭିଡିଓ ଦେଖିଲେ ପ୍ରତି ଘଣ୍ଟା ମିଳିବ ୧୫୦୦ ଟଙ୍କା! ଅଦ୍ଭୁତ ଚାକିରି ଅଫର୍‌ ଆଣିଲା କମ୍ପାନୀ

ସମସ୍ତେ ଆରାମଦାୟକ ଚାକିରି ଖୋଜନ୍ତି, ଯେପରି ଅଫିସ୍‌ରେ ସେମାନଙ୍କୁ ଅଧିକ କିଛି କାମ କରିବାକୁ ନ ପଡ଼େ। ଏମିତି ହିଁ ଏକ କମ୍ପାନୀ ଅଦ୍ଭୁତ ଧରଣର ଚାକିରି ଅଫର୍‌ ଆଣିଛି, ଯେଉଁଥିରେ କର୍ମଚାରୀମାନଙ୍କୁ ଆଡଲ୍ଟ ଭିଡିଓ ଦେଖିବାକୁ ପଡ଼ିବ ଏବଂ ଏହାର ରିଭ୍ୟୁ କରିବାକୁ ହେବ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିପାଇଁ କମ୍ପାନୀ ପ୍ରତି ଘଣ୍ଟା ୧୫୦୦ ଟଙ୍କା ଦେବ।

ରିପୋର୍ଟ ମୁତାବକ, ନୋଟିଫିକେସନ ଆସିବା ମାତ୍ରେ ୨ ଦିନ ଭିତରେ ୩୧ ହଜାରରୁ ଅଧିକ ଲୋକ ଏହି ଚାକିରି ପାଇଁ ଆବେଦନ କରି ସାରିଲେଣି। କହି ରଖୁଛୁ, କମ୍ପାନୀ ଆଡଲ୍ଟ ପ୍ରଡକ୍ଟ ରିଭ୍ୟୁ ଉପଲବ୍ଧ କରାଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଚାକିରି ପାଇଁ ବିଶ୍ୱର କୌଣସି ବି ବ୍ୟକ୍ତି ଆବେଦନ କରିବାକୁ କମ୍ପାନୀ କହିଛି। କାହିଁକି ନା, ଚାକିରି କେଉଁଠି ବି ବସି କରାଯାଇ ପାରିବ। ଏଥିପାଇଁ ଅଫିସ୍‌ ଆସିବା ଦରକାର ନାହିଁ। ଗାଇଡ୍‌ଲାଇନ ମୁତାବକ, ୨୧ ବର୍ଷ ଏବଂ ଏହାଠୁ ଅଧିକ ବୟସର କୌଣସି ବି ବ୍ୟକ୍ତି ଏଥିପାଇଁ ଆବେଦନ କରି ପାରିବେ।

କମ୍ପାନୀ ଯେଉଁ ବି କର୍ମଚାରୀଙ୍କୁ ଏହି କାମ ପାଇଁ ବାଛିବ, ସେମାନେ ଲଗାତାର କମ୍ପାନୀ ସମ୍ପର୍କରେ ରହିବେ। ତାଙ୍କ ଜରିଆରେ କମ୍ପାନୀ ଭିଡିଓର ଟାଇମିଂ, ମେଲ୍‌-ଫିମେଲ ରେସିଓ, କେଶର ରଙ୍ଗ, ଭାଷା ଆଦିର ତଥ୍ୟ ଉପଯୋଗ କରି ଏକ ବିସ୍ତତ ରିପୋର୍ଟ ପ୍ରସ୍ତୁତ କରିବ, ଯଦ୍ଦ୍ଵାରା ଭିଡିଓ ଦେଖିଥିବା ଲୋକଙ୍କ ଅଭ୍ୟାସ ବିଷୟରେ ଜାଣିହେବ। ଚୟନ ହୋଇଥିବା କର୍ମଚାରୀଙ୍କୁ ୫୦ ଘଣ୍ଟା ପର୍ଯ୍ୟନ୍ତ ଆଡଲ୍ଟ ଭିଡିଓ ଦେଖିବାକୁ ପଡ଼ିବ। ଏଥିପାଇଁ ମୋଟ ୭୫ ହଜାର ଟଙ୍କା ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.