ଆଜି ପବିତ୍ର ହନୁମାନ ଜୟନ୍ତ୍ରୀ ସହ ଓଡ଼ିଆ ନବବର୍ଷ, ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଦ୍ବାରା ବାଲୁକା କଳା ପ୍ରଦର୍ଶନ

ପୁରୀ(କେନ୍ୟୁଜ): ଆଜି ପବିତ୍ର ହନୁମାନ ଜୟନ୍ତ୍ରୀ ସହ ଓଡ଼ିଆ ନବବର୍ଷ। ଅନ୍ୟପଟ ଗଂଜାମ ଜିଲ୍ଲାରେ ଚାଲିଥିବା ଦଣ୍ଡ ଯାତ୍ରାର ଆଜି ହେଉଛି ଉଦ୍‌ଯାପନି ଦିବସ। ସେହିପରି ଆଜିର ଦିବସକୁ ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଏ। ଏଥିପାଇଁ ହନୁମାନ ମନ୍ଦିର ଗୁଡ଼ିକରେ ସକାଳ ସକାଳୁ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା। ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ଲମ୍ବା ଲାଇନ୍‌ ଲାଗିଛି।

ଅନ୍ଯପଟେ ପବିତ୍ର ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୁରୀର ଲାଇଟ ହାଉସ ବେଳାଭୂମିରେ ପ୍ରଭୁ ଶ୍ରୀ ହନୁମାନଙ୍କ ଏକ ବିଶାଳ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ । ଶ୍ରୀ ହନୁମାନ ସଙ୍କଟ ମୋଚନ ନାମରେ ପ୍ରସିଦ୍ଧ । କରୋନା ଭଳି ସଙ୍କଟ ଏବଂ ସାରା ପୃଥିବୀରେ ଚାଲିଥିବା ସମସ୍ୟାକୁ ଦୁର କରି ଶାନ୍ତି ପ୍ରତିଷ୍ଠା କରାଇବାକୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି ମାନସ ।

ଏହି ବାଲୁକା କଳାଟି ୧୭ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୨ଟନ୍‌ ବାଲି ଉପଯୋଗ କରାଯାଇଛି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲିଗିଥିଲା । ଏଥିରେ ଓଡ଼ିଆ ନୂତନ ବର୍ଷର ଅଭିନନ୍ଦନ ଦେବା ସହିତ ହନୁମାନ ଜୟନ୍ତୀର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.