ଏହି ଉପାୟ କଲେ ଆସିବା ନାହିଁ ଡାୟାବେଟିସ ରୋଗୀଙ୍କୁ ଚକ୍କର ,ଜାଣି ନିଅନ୍ତୁ

ଯଦି ଆପଣଙ୍କୁ ଡାୟାବେଟିସ ଆଉ ଏଥିପାଇଁ ଆପଣଙ୍କୁ ଚକ୍କର ଆସୁଛି ବା ମୁଣ୍ଡ ଘୁରାଉଛି, ତେବେ ଏହି ଘରୋଇ ନୁସ୍ଖା ଦ୍ୱାରା ପାଇପାରିବେ ଲାଭ | ସୁଗାର ଲେବଲ ଲୋ ହୋଇଗଲେ ମୁଣ୍ଡ ଘୁରାଇ ଥାଏ | ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହାକୁ ଆପଣାଇ ଏଥିରୁ ମୁକ୍ତି ପାଇପାରିବେ |

– ଅଁଳା ଖାଆନ୍ତୁ : ଡାୟାବେଟିସ ପାଇଁ ଆପଣଙ୍କୁ ଚକ୍କର ଆସୁଛି , ତେବେ ଅଁଳା ସେବନ କରନ୍ତୁ | ଅଁଳାରେ ଥିବା ଭିଟାମିନ ସି ଓ ଏ ବ୍ଲଡ଼ ଫ୍ଲୋ ଭଲ କରିଥାଏ | ଫଳରେ ମୁଣ୍ଡ ଘୁରାଇ ନଥାଏ | ଏଥିପାଇଁ ଆପଣ 15 ଗ୍ରାମ ଅଁଳାରେ କଲା ମରିଚ ଓ ମିଶ୍ରି ମିଶାଇ ସେବନ କରନ୍ତୁ ଲାଭ ପାଇବେ |

– ଗଭୀର ପ୍ରଶ୍ୱାସ ନିଅନ୍ତୁ : ଡାୟାବେଟିସ ଯୋଗୁ ମୁଣ୍ଡ ଘୁରାଇଲେ ଗଭୀର ପ୍ରଶ୍ୱାସ ନିଅନ୍ତୁ | ଫଳରେ ମସ୍ତିଷ୍କକୁ ପ୍ରଚୁର ଅକ୍ସିଜେନ ଯିବା ଓ ଆପଣଙ୍କ ମୁଣ୍ଡ ଘୁରାଇବା ବନ୍ଦ ହେବ | ଏହାଛଡା ଖାଦ୍ୟରେ ଭିଟାମିନ ସି, ଏ ଓ ଆଇରନ ଆଦି ତତ୍ୱ ରହିବ ଦରକାର |

– ଅଦା ଖାଆନ୍ତୁ : ଡାୟାବେଟିସ ଯୋଗୁ ମୁଣ୍ଡ ଘୁରାଇଲେ ଅଦା ଖାଆନ୍ତୁ କିମ୍ବା ଅଦାର ଚା’ ପିଅନ୍ତୁ | ଏହି ସମସ୍ୟାରୁ ମୁକ୍ତି ମିଳିବ |

– ଲେମ୍ବୁ ଖାଆନ୍ତୁ : ଲେମ୍ବୁରେ ଭିଟାମିନ ସି ଥିବାରୁ ଏହା ରୋଗ ପ୍ରତିଷେଧକ ବଢାଇବା ସହ ଶରୀରକୁ ହାଇଡ୍ରାଏଟ ରଖିଥାଏ | ଚକ୍କର ଆସିଲେ ଲେମ୍ବୁ ରସକୁ 1 ଗ୍ଲାସ ଉଷୁମ ପାଣିରେ ମିଶାଇ ପିଅନ୍ତୁ | ମୁଣ୍ଡ ଘୁରାଇବା ବନ୍ଦ ହେବ |

–  ମହୁ ଖାଆନ୍ତୁ : ସୁଗାର ଲେବଲ ଲୋ ହୋଇଗଲେ ମୁଣ୍ଡ ଘୁରାଇ ଥାଏ | ତେଣୁ ମିଠା ଜିନିଷ ଅପେକ୍ଷା ମହୁ ସେବନ କରିବା ଦରକାର | ଏହାଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ଓ ବ୍ଲଡ଼ ସୁଗାର ଲେବଲ କଣ୍ଟ୍ରୋଲ ରେ ରହିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.