ସତରେ ନା କ’ଣ? ଦେଖନ୍ତୁ ପୁରୁଣା କାରକୁ କେମିତି ନୂଆ ରୂପ ଦେଲେ କେନ୍ଦୁଝରର ଏହି ଯୁବକ

ଆନନ୍ଦପୁର(କେନ୍ୟୁଜ୍): ମଣିଷର ଇଚ୍ଛା ଅନେକ, ହେଲେ ସବୁ ଇଚ୍ଛାକୁ ପୂରଣ କରିବା ଅସମ୍ଭବ । ହଁ ଯଦି ସେତିକି ମନପ୍ରାଣ ଦେଇ ସେହି ଇଚ୍ଛାକୁ ପୂରଣ କରିବାକୁ ଜଣେ ପରିଶ୍ରମ କରେ, ତେବେ ନିହାତୀ ଇଚ୍ଛା ପୂରଣ ହେବ ଏଥିରେ ଦ୍ବନ୍ଦ ନାହିଁ । ତେବେ ଏମିତି ଜଣେ ଯୁବକଙ୍କ ଉଚ୍ଛା ଥିଲା ନୂତନ ଧରଣର ସୌଖିନ କାର ଚଢ଼ିବାକୁ । ହେଲେ ଆର୍ଥିକ ଅବସ୍ଥା ସବୁ ପୂରଣ କରିବା ସମ୍ଭବପର ନଥିଲା । କିନ୍ତୁ ଦାରିଦ୍ର୍ଯତା ଏବଂ ତା ସାଙ୍ଗକୁ ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କରୋନା ନୂତନ ଉଦ୍ଭାବନ ପାଇଁ ତାଙ୍କୁ ପ୍ରେରଣା ଦେଲା । ଆଉ ଶେଷରେ ସେ ଏକ ପୁରୁଣା କାରକୁ ଦେଲେ ନୂଆ ରୂପ ।

ଆମେ କହୁଛୁ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ସାଇଁକୁଳ ଗ୍ରାମର ତାରିଣୀ ପ୍ରସାଦ ପରିଡାଙ୍କ କଥା। ଛୋଟ ଛୁଆ ବେଳୁ କାର କିଣିବା ଏବଂ କାର ଚଲେଇବା ପାଇଁ ବହୁତ ଇଛା ଥିଲା ତାଙ୍କର। ହେଲେ ଆର୍ଥିକ ଅନଟନ ଯୋଗୁଁ ସବୁ ଇଛା ମଉଳିଯାଇଥିଲା । ଶେଷରେ ଏକ ପୁରୁଣା କାରକୁ ସ୍ପୋର୍ଟସ କାର ରୂପେ ଓ ଏକ ସ୍କୁଟି କୁ ହାଇବ୍ରିଡ଼ ସ୍କୁଟି ରୂପେ ପରିଣତ କରିଛନ୍ତି ତାରିଣୀ। କାରର ସମସ୍ତ ଅଂଶକୁ ପ୍ଲାଷ୍ଟିକ ଦ୍ୱାରା ନିଜ ଇଛା ମୁତାବକ ର୍ନିମାଣ କରିଛନ୍ତି । ତାଙ୍କର ଏହି ଆର୍ବିଭାବ ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଏବେ ଅନ୍ଯ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

tarini

ଅଟୋମୋବାଇଲ ଇଂଜିନିୟରିଂ ପରେ ଘରୋଇ ସଂସ୍ଥାରେ ଚାକିରୀ କରୁଥିବା ସମୟରେ ଲକଡାଉନ ଯୋଗୁ ତାଙ୍କ ଚାକିରୀ ପଳାଇଥିଲା। ଘରେ ରହି ନିଜ ଇଚ୍ଛାଶକ୍ତି ବଳରେ ପୁରୁଣା କାରକୁ ନୂଆ ରୂପରେଖ ଦେଇ ନିଜ ଇଚ୍ଛା ପୂରଣ କରିଛନ୍ତି। ସତରେ ମନ ବଳ ଆଗରେ ହାର୍‌ ମାନେ ସବୁ ଦୁର୍ବଳତା । ଦୃଢ଼ ଇଚ୍ଛାଶକ୍ତି ଥିଲେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଲକ୍ଷ୍ୟ ପଥରେ ପହଞ୍ଚିବା ସମ୍ଭବ ହୋଇଥାଏ। ଯାହା ସମ୍ଭବ କରି ଦେଖାଇଛନ୍ତି ଏହି ଯୁବକ। ତେବେ ତାଙ୍କର ଏଭଳି କାର୍ଯ୍ଯକୁ ପ୍ରୋତ୍ସାହନ ଦେବା ସହିତ, ଏଦିଗରେ ତାଙ୍କର ଆଗାମୀ ଭବିଷ୍ଯତ ପାଇଁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ପରିବାର ଲୋକେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.