କରାଚୀ ବିଶ୍ୱ ବିଦ୍ୟାଳୟରେ ବିସ୍ଫୋରଣ, ୪ ମୃତ ସୂଚନା

ପାକିସ୍ତାନ କରାଚୀ ବିଶ୍ୱ ବିଦ୍ୟାଳୟରେ ବିସ୍ଫୋରଣ । ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା । ଘଟଣାରେ ଅନେକେ ଆହତ ହୋଇଛନ୍ତି । ୪ ମୃତକଙ୍କ ମଧ୍ୟରୁ ଦୁଇ ଜଣ ଚୀନ ନାଗରିକ ହୋଇଥିବା ନେଇ ସୂଚନା । ପାକିସ୍ତାନ କରାଚୀ ବିଶ୍ୱ ବିଦ୍ୟାଳୟରେ ବିସ୍ଫୋରଣ । ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା । ଘଟଣାରେ ଅନେକେ ଆହତ ହୋଇଛନ୍ତି । ୪ ମୃତକଙ୍କ ମଧ୍ୟରୁ ଦୁଇ ଜଣ ଚୀନ ନାଗରିକ ହୋଇଥିବା ନେଇ ସୂଚନା । ବିସ୍ଫୋରଣର କାରଣ ଅସ୍ପଷ୍ଟ । ଉଭୟ ମୃତ ଓ ଆହତ ବ୍ୟକ୍ତି ମାନଙ୍କୁ ନିକଟସ୍ଥ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ସୂଚନାରୁ ଜଣାଯାଇଛିକି କରାଚୀ ବିଶ୍ୱବିଦ୍ୟାଳୟ ପରିସରରେ ଠିଆ ହୋଇଥିବା ଏକ କାରରେ ହିଁ ଏହି ବିସ୍ଫୋରଣ ହୋଇଥିଲା ।

କରାଚୀ ବିଶ୍ୱବିଦ୍ୟାଳୟ ପରିସରରେ ଥିବା କନଫ୍ୟୁସିଅସ ଇନଷ୍ଟିଟ୍ୟୁଟ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ବିସ୍ଫୋରଣର ଠିକ ପରେ ପରେ ଉଦ୍ଧାରକାରି ଦଳ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଅଂଚଳକୁ ସିଲ କରିଦେଇଛନ୍ତି । ପୋଲିସ ସୂତ୍ରରୁ ଜଣାଯାଇଛିଯେ ଏକ ଭାନରେ ସାତ ରୁ ୮ ଜଣ ବ୍ୟକ୍ତି ଆସିଥିଲେ | କିନ୍ତୁ ପ୍ରକୃତରେ କେତେ ଜଣ ଆହତ ହୋଇଛନ୍ତି ସେ ବିଷୟରେ ଜଣାପଡ଼ିନାହିଁ । ଗ୍ୟାସ ସିଲିଣ୍ଡରରୁ ବ୍ଲାଷ୍ଟ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ଏହା ମଧ୍ୟ ଜଣାଯାଇଛିକି ପୀଡିତ ମାନେ ଉକ୍ତ ଇନଷ୍ଟିଟ୍ୟୁଟରୁ କ୍ଳାସ ସାରି ଫେରୁଥିଲେ । ଆଉ ଦୁଇ ଜଣ ଫରେନର ନିଯେ ରହୁଥିବା ଗେଷ୍ଟ ହାଉସରୁ ଡିପାର୍ଟମେଣ୍ଟ ଆଡକୁ ଯାଉଥିବା ବେଳେ ହିଁ ଏହି ବ୍ଲାଷ୍ଟଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.