ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲା କନ୍ଦରପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମାଛଗାଁ ରୋଡ଼ ବସନ୍ତପୁର ଅଳକା କଲେଜ ଛକରେ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ହାଇୱା । ଏଥିରେ ୧୫ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଗୁରୁତରଙ୍କୁ ଜଗତସିଂହପୁର ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
କିଛି ଜଣଙ୍କୁ କଟକ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ବସଟି କଟକରୁ ଜଗତସିଂହପୁର ଦେଇ ପଦ୍ମପୁର ଗାରିଆଗୋଡା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ପହଁଚି ପୋଲିସ ତଦନ୍ତ କରୁଛି ।