ବାତ୍ୟା ହେବ କି ନାହିଁ କାଲି ସ୍ପଷ୍ଟ ହେବ, ଅଯଥା ଭୟଭୀତ ନହୋଇ ସତର୍କ ରୁହନ୍ତୁ: SRC

କେନ୍ୟୁଜ୍(ବ୍ୟୁରୋ):ଆସନ୍ତାକାଲି ସନ୍ଧ୍ୟା ପରେ IMD ସ୍ପଷ୍ଟ କରିବ ବାତ୍ୟା ହେବ କି ନାହିଁ। ବାତ୍ୟା ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି। ଖବର ପରିବେଷଣକୁ ନେଇ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେଉଛି। ବାତ୍ୟା ନେଇ ଏବେବି ସ୍ପଷ୍ଟ ହୋଇନି। ଅଯଥାରେ ଦର ବୃଦ୍ଧି ହେଉଛି। ଭୟଭୀତ ହୋଇ ଲୋକେ କିଣାକିଣି କରୁଛନ୍ତି। ଜିଲ୍ଲାପାଳମାନଙ୍କୁ ନଜର ରଖିବା ସହ କାର୍ଯ୍ୟନୁଷ୍ଠାନ ନେବାକୁ କୁହାଯାଇଛି। ବଜାରରେ ସାମଗ୍ରୀ ମହଜୁତ ରହିଛି। ଅଯଥାରେ ଅଧିକ କିଣା କିଣି କରନ୍ତୁ ନାହିଁ। ଲୋକମାନେ ସତର୍କ ହୁଅନ୍ତୁ।

୧୮ ଜିଲ୍ଲାପାଳଙ୍କ ସହ ଆଜି ଆଲୋଚନ ହୋଇଛି। NDRF , ଓଡ୍ରାଫ ଓ ଫାୟାର ଟିମ ସହ ଆଲୋଚନା ହୋଇଛି । ୧୭ଟି NDRf ଟିମ, ୨୦ ଟି ଓଡ୍ରାଫ,  ୧୭୫ଟି ଫାୟାର ସର୍ଭିସ ଟିମ ଦରକାର ହେଲେ ପଠାଯିବ। ଶକ୍ତି, ନଗର ଉନ୍ନୟନ, ପଂଚାୟତିରାଜ, ପନୀୟ ଜଳ ବିଭାଗ ସହ ଆଲୋଚନା ହୋଇଛି। ଶକ୍ତି ବିଭାଗ ପୁରା ପ୍ରସ୍ତୁତ ହେଉଛି। ଆସନ୍ତାକାଲି ଟେଲିକମ ଅଧିକାରୀ ସହ ଆଲୋଚନା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.