ଅର୍ଜୁନ୍‌ କପୁରଙ୍କୁ ବିବାହ କରିବାକୁ ଯାଉଛନ୍ତି ମଲାଇକା ଆରୋରା, ସେୟାର କଲେ ମନ କଥା

ମଲାଇକା ଆରୋରା ଓ ଅର୍ଜୁନ କପୁର ନିଜ ସମ୍ପର୍କ ବିଷୟରେ ସବୁବେଳେ ଖୋଲାଖୋଲି ଆଲୋଚନା କରିଥାନ୍ତି। ବୟସ ବ୍ୟବଧାନ ଯୋଗୁ ଟ୍ରୋଲର ଶିକାର ହେଉଥିବା ଏହି ଯୋଡ଼ି କେବେ ବି ଲୋକଙ୍କ କଥାକୁ ଶୁଣନ୍ତି ନାହିଁ ଓ ସବୁବେଳେ ନିଜ ଜୀବନକୁ ଖୋଲା ଅନ୍ଦାଜରେ ଜୀଇଁଥାନ୍ତି। ମଲାଇକା ପୂର୍ବରୁ ସଲମାନ୍‌ ଖାନ୍‌ଙ୍କ ଭାଇ ଅରବାଜ ଖାନ୍‌ଙ୍କ ସ୍ତ୍ରୀ ଥିଲେ। ଅରବାଜଙ୍କ ଠାରୁ ଛାଡ଼ପତ୍ର ପରେ ମଲାଇକା ଓ ଅର୍ଜୁନ୍‌ଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା। ନିକଟରେ ମଲାଇକା ଅର୍ଜୁନ୍‌ଙ୍କ ସହ ନିଜ ଭବିଷ୍ୟତ ଯୋଜନାକୁ ନେଇ ମୁହଁ ଖୋଲିଛନ୍ତି।

ନିକଟର ଏକ ଇଣ୍ଟରଭ୍ୟୁରେ ମଲାଇକା କହିଛନ୍ତି- ଆମେ ଏବେ ଏଭଳି ସ୍ଥାନରେ ଅଛୁ ଯେଉଁଠି ଆମେ ଲୋକ କଣ କହୁଛନ୍ତି ତାହା ଭାବୁଛୁ। ଆମେ ଅନେକ ଜିନିଷ ବିଷୟରେ ଆଲୋଚନା କରିଥାଉ। ଆମେ ଗୋଟିଏ, ଜାହାଜରେ ଅଛୁ। ଗୋଟିଏ ବିଚାର ଓ ଚିନ୍ତାଧାରା ସହ। ଆମେ ଉଭୟେ ପରିପକ୍ୱ। ଆମେ ଆହୁରି ନିଜ ସମ୍ପର୍କକୁ ପରଖୁଛୁ। ଆମେ ଏକାଠି ନିଜ ଭବିଷ୍ୟତ ଦେଖିବାକୁ ପସନ୍ଦ କରିବୁ ଓ ଦେଖିବୁ କେଉଁ ଯାଏଁ ଆମେ ଜୀବନକୁ ନେଇପାରୁଛୁ। ଆମେ ଏ ନେଇ ହସ ମଜା ବି କରୁ। କିନ୍ତୁ ଏ ନେଇ ସିରିୟସ୍‌ ବି ଅଛୁ। ନିଜ ସମ୍ପର୍କକୁ ନେଇ ସୁରକ୍ଷିତ ସକାରାତ୍ମକ ଅନୁଭବ କରିବାକୁ ହେବ।

ମଲାଇକା ଆରୋରା କହିଛନ୍ତି- ମୁଁ ବହୁତ ଖୁସି ଓ ସକାରାତ୍ମକ ଅଛି। ଅର୍ଜୁନ ମୋତେ ବହୁତ ଆତ୍ମବିଶ୍ୱାସ ଓ ନିଶ୍ଚିତତା ଦେଇଥାଏ। ମୋତେ ଲାଗୁଛି ଆମକୁ ଏକାଠି ସବୁ ପ୍ରକାରର ଜୀବନ ବଞ୍ଚିବା ଦରକାର। ଆମେ ଏବେ ବି ନିଜ ଜୀବନ ଓ ରୋମାନ୍ସକୁ ପ୍ରତିଦିନ ଏକା ସାଙ୍ଗେ ଭଲ ପାଉଛୁ। ମୁଁ ସବୁ ବେଳେ ତାଙ୍କୁ କୁହେ- ମୁଁ ତୁମ ସହ ବୁଢ଼ା ହେବାକୁ ଚାହୁଁଛି। ବାକି ଜିନିଷ ଆମେ ସମ୍ଭାଳି ନେବା। କିନ୍ତୁ ମୁଁ ଜାଣିଛି ସେ ମୋ ଲୋକ।

ସୂଚନାଯୋଗ୍ୟ ଯେ ୧୯୯୮ ମସିହାରେ ମଲାଇକା ଆରୋରା ସଲମାନ୍‌ ଖାନ୍‌ଙ୍କ ଭାଇ ଅରବାଜ୍‌ ଖାନ୍‌ଙ୍କୁ ବିବାହ କରିଥିଲେ। ବିବାହର ପାଖାପାଖି ଦୁଇ ଦଶକ ପରେ ଉଭୟେ ଛାଡ଼ପତ୍ର ନେଇଥିଲେ। ଏହି ବିବାହରୁ ସେମାନଙ୍କର ଗୋଟିଏ ପୁଅ ଅରହାନ୍‌ ଖାନ୍‌ ଅଛି।

କିଛି ଦିନ ତଳେ ଶୁଣିବାକୁ ମିଳିଥିଲା ଯେ ଅର୍ଜୁନ ଓ ମଲାଇକାଙ୍କ ବ୍ରେକ୍‌ ଅପ୍‌ ହୋଇଯାଇଛି। କିନ୍ତୁ ଅର୍ଜୁନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ ସେୟାର କରି ଏହା ଏକ ଗୁଜବ ବୋଲି କହିଥିଲେ।

Also Read: ଏଆର୍‌ ରହମାନ୍‌ଙ୍କ ଝିଅ ବାହାଘର, ସାମ୍ନାକୁ ଆସିଲା ବିବାହ ବେଳର ପ୍ରଥମ ଫଟୋ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.