ଖୁବଶୀଘ୍ର କୋର୍ଟରେ ବିବାହ କରିବେ ଲିଆଣ୍ଡର ପେସ୍ ଏବଂ କିମ୍ ଶର୍ମା, ମିଳିଲା ପରିବାରରୁ ଅନୁମତି
ଟେନିସ ଷ୍ଟାର ଲିଆଣ୍ଡର ପେସ୍ ଏବଂ ବଲିଉଡ ଅଭିନେତ୍ରୀ କିମ୍ ଶର୍ମାଙ୍କ ପ୍ରେମ ସଂପର୍କ କାହାକୁ ଅଛପା ନାହିଁ। ପରସ୍ପରକୁ ଅନେକ ଦିନରୁ ଡେଟ୍ କରିଆସୁଛନ୍ତି ଏହି ସେଲିବ୍ରିଟି। ଏବେ ଦୁହିଁଙ୍କ ସଂପର୍କକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ଦୁହେଁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଦୁହିଁଙ୍କ ପରିବାର ପକ୍ଷରୁ ବିବାହ ପାଇଁ ଅନୁମତି ମିଳିସାରିଛି। ନୂଆ ବର୍ଷରୁ ହିଁ ଦୁହିଁଙ୍କ ବିଷୟରେ ଜଣାପଡିଥିଲା । ସୋସିଆଲ ମିଡିଆରେ ସେମାନଙ୍କ ଅନେକ ଫଟୋ ସାମ୍ନାକୁ ଆସିଥିଲା ଯେଉଁଠାରେ ଏହି ଦମ୍ପତି ଖୋଲାଖୋଲି ଭାବରେ ନିଜ ପ୍ରେମକୁ ପ୍ରକାଶ କରିଥିଲେ । ଅନେକ ସ୍ଥାନରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା ।
ନିକଟରେ ଦୁଇ ଜଣ ୟୁଏସଏ ଛୁଟି କାଟି ଆସିଛନ୍ତି । ଯାହାର ଫଟୋ ଏବେ ଖୁବ୍ ଭାଇରଲ୍ ହୋଇଥିଲା। ଖୁବ୍ ଶୀଘ୍ର ଲିଆଣ୍ଡର୍ ପେସ୍ ଏବଂ କିମ୍ ଶର୍ମା କୋର୍ଟ ବିବାହ କରିପାରନ୍ତି। ଖବର ଅନୁଯାୟୀ, ଦୁହେଁ ନିଜ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ଚାହୁଁଛନ୍ତି । ଦୀର୍ଘ ବର୍ଷ ଡେଟ୍ କରିବା ପରେ ଏବେ ସ୍ୱାମୀ-ସ୍ତ୍ରୀ ହେବାକୁ ଯାଉଛନ୍ତି । ଉଭୟ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିବାକୁ ହେବେ ।
କିମଙ୍କ ବାନ୍ଦ୍ରା ସ୍ଥିତ ଘରେ ଉଭୟ ପରିବାର ଏକାଠି ହୋଇଥିଲେ। ଯେଉଁଠି ଏମାନଙ୍କ ବିବାହ ବିଷୟରେ କଥାବାର୍ତ୍ତା କରାଯାଇଥିଲା। ସେମାନେ ଅତି ସାଧାରଣ ଭାବେ କୋର୍ଟ ମ୍ୟାରେଜ କରିବେ। ବିବାହ ପାଇଁ କୌଣସି ପ୍ରକାର ବଡ ଆୟୋଜନ କରାଯିବ ନାହିଁ।
କିମଙ୍କର ଏହାର ଦ୍ୱିତୀୟ ଓ ଲିଆଣ୍ଡରଙ୍କ ତୃତୀୟ ବିବାହ ହେବ । କିମ୍ ୨୦୧୦ ମସିହାରେ ଜଣେ ବ୍ୟବସାୟୀ ଅଲ୍ଲୀ ପୁନଜାତୀଙ୍କୁ ବିବାହ କରିଥିଲେ ହେଲେ ବିବାହର ୬ ବର୍ଷ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ । ଲିଆଣ୍ଡର ପ୍ରଥମେ ଅଭିନେତ୍ରୀ ମହିମା ଚୌଧୁରୀଙ୍କୁ ବିବାହ କରିଥିଲେ। ୨୦୦୩ରେ ମହିମା ଚୌଧୁରୀ ତାଙ୍କୁ ଛାଡପତ୍ର ଦେଇଥିଲେ। ପରେ ସଞ୍ଜୟ ଦତ୍ତଙ୍କ ପତ୍ନୀ ରିୟା ପଲ୍ଲାଇଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୧୪ରେ ରିୟା ତାଙ୍କୁ ଛାଡପତ୍ର ଦେଇଥିଲେ।