ବଳଦ ମୁହଁରେ ଫୁଟଲା ବୋମା, ବନ୍ୟଜନ୍ତୁ ଶିକାର ପାଇଁ କାଜୁ ଜଙ୍ଗଲରେ ଖଞ୍ଜିଥିଲେ ଶିକାରୀ

କେନ୍ଦୁଝର(କେନ୍ୟୁଜ): କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତୋଣ୍ଡ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗାଁ ନିକଟ କାଜୁ ଜଙ୍ଗଲରେ ଗ୍ରାମର ଚତୁର୍ଭୁଜ ପଲେଇଙ୍କ ବଳଦଟି ଚରୁଥିବା ସମୟରେ ବଳଦ ମୁହଁରେ ବୋମା ଫୁଟିଯାଇଥିବା ଖବର ମିଳିଛି। ବଳଦଟି ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି।

ସୂଚନା ଅନୁସାରେ କାଜୁ ଜଙ୍ଗଲରେ ବନ୍ୟ ଜନ୍ତୁ ଶିକାର କରିବା ଉଦେଶ୍ଯରେ କେହି ବୋମା ରଖିଥିବାରୁ ଏହି ଅଘଟଣ ଘଟିଛି। ଅନ୍ୟପଟେ ବନ୍ୟ ଜନ୍ତୁ ଶିକାର ପାଇଁ ଶିକାରୀ ବୋମା ରଖିଥିବା ନେଇ ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.