ଆଜି ତପୁ ମିଶ୍ରଙ୍କ ବାହାଘର, ଜାଣନ୍ତୁ କାହାର ହାତ ଧରିଲେ ଓଲିଉଡର ଏହି ଲୋକପ୍ରିୟ ଗାୟିକା

ବିବାହ କରୁଛନ୍ତି ଓଲିଉଡର ଲୋକପ୍ରିୟ ଗାୟିକା ତପୁ ମିଶ୍ର । ଆଜି ଅଭିନେତା ଦୀପକ ପୂଜାହାରୀଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରୁଛନ୍ତି ତପୁ ମିଶ୍ର । ଅନେକ ବିଜ୍ଞାପନ, ଧାରାବାହିକ ତଥା ସମ୍ବଲପୁରୀ ମ୍ୟୁଜିକ୍ ଭିଡିଓରେ ଅଭିନୟ କରି ବେଶ୍ ଲୋକପ୍ରିୟ ଦୀପକ୍ ।
ନଭେମ୍ବର ମାସରେ ଉଭୟଙ୍କ ନିର୍ବନ୍ଧ ହୋଇସାରିଥିଲା । ଯାହାକୁ ଫେସବୁକରେ ସେୟାର୍ କରି ନିଜ ପ୍ରଶଂସକଙ୍କ ଶୁଭେଚ୍ଛା କାମନା କରିଥିଲେ ତପୁ । ମିଳିଥିବା ସୂଚନା ମୂତାବକ ଭୁବନେଶ୍ବରର ଏକ ହୋଟେଲରେ ବିବାହ କରୁଛନ୍ତି ତପୁ ।

ବିବାହକୁ ନେଇ ଉତ୍ସାହିତ ଥିବା ସହ ନର୍ଭସ ମଧ୍ୟ ଅଛନ୍ତି ବୋଲି କହିଛନ୍ତି ତପୁ । ଏହା ସହ ସ୍ନେହ ଏବଂ ଶୁଭେଛା ପାଇଁ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି । ନିଜ ବିବାହକୁ ନେଇ କଣ କହୁଛନ୍ତି ଶୁଣନ୍ତୁ ତପୁ ମିଶ୍ରଙ୍କ ମୁହଁରୁ ।

ଆ ମାନେ ଆନନ୍ଦପୁର ଗୀତରେ ରାତାରାତି ଷ୍ଟାର୍ ପାଲଟିଥିବା ତପୁ ମିଶ୍ର ଓଡ଼ିଆ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅନେକ ହିଟ୍ ଗୀତ । ଯେଉଁଥିରେ ଲେଖିଛି ନାଁ ତୋର, ଦିଲ୍ ଜାନିଆ, ମୋ ପ୍ରେମର ପ୍ରେମ ତୁ ଏବଂ ତୁ ଟିକେ ଦେଲୁ ଚାହିଁ ଆଦି ଗୀତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.