କହିଁକି ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୪୩ ହଜାରରୁ ଅଧିକ ପିଲା? ଡିଇଓଙ୍କୁ ଜବାବ୍ ମାଗିଲେ ଗଣଶିକ୍ଷା ସଚିବ

କଟକ(କେନ୍ୟୁଜ୍):୪୩ ହଜାରରୁ ଅଧିକ ପିଲା ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ତତ୍ପରତା ଦେଖାଇଲା ଗଣଶିକ୍ଷା ବିଭାଗ। ସମସ୍ତ ଡିଇଓ ମାନଙ୍କୁ ଚିଠି ଲେଖି ଜବାବ୍ ମାଗିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୪୩ ହଜାରରୁ ଅଧିକ ପିଲା ଅନୁପସ୍ଥିତ ରହିଛନ୍ତି। କାହିଁକି ପିଲାମାନେ ପରୀକ୍ଷା ଦେବାକୁ ଆସିଲେ ନାହିଁ ତାହା ସ୍କୁଲ ସ୍ତରରେ ତର୍ଜମା କରିବାକୁ ନିର୍ଦ୍ଦେଶ।

ଚିଠିରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ କଡ଼ା ତାଗିଦ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ। ରିପୋର୍ଟ ଅନୁସାରେ ୪୩, ୪୮୯ ପିଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇନାହାନ୍ତି।  ଏତେ ସଂଖ୍ୟକ ପିଲା ମାଟ୍ରିକ ପରୀକ୍ଷା ନଦେବା ଚିନ୍ତାର ବିଷୟ ବୋଲି ସଚିବ କହିଛନ୍ତି।

 

Leave A Reply

Your email address will not be published.