ଏଠି ରହୁଛନ୍ତି କେବଳ କୋଟିପତି, ସାଧାରଣ ଲୋକ ଯିବାକୁ ଭାବି ବି ପାରିବେନି

ଦୁନିଆରେ ଏମିତି କେତେ ଜାଗା ରହିଛି ଯାହାକୁ ବହୁତ କମ ଲୋକେ ଜାଣନ୍ତି । ଏକ ଏଭଳି ସ୍ଥାନ ଯେଉଁ ସ୍ଥାନ ନାଇଜେରିଆରେ ଅବସ୍ଥିତ । ଏହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ନାଇଜେରିଆରେ ଏହି ସ୍ଥାନ ଏବେ ଚର୍ଚ୍ଚାରେ । ଯାହାର ନାମ ବନାନା ଆଇଲ୍ୟାଣ୍ଡ ଅଟେ ।

ନାଇଜେରିଆରେ ସ୍ଥିତ ଏହି ଆଇଲ୍ୟାଣ୍ଡ ଏକ ଆଲିଶାନ ମହଲ ଭଳି । ଏହି ଆଇଲ୍ୟାଣ୍ଡରେ ରହୁଥିବା ବ୍ୟକ୍ତି ଅରବପତି ଅଟନ୍ତି । ଯେଉଁମାନେ ବିଳାସ ପୂର୍ଣ୍ଣ ଜୀବନ ବିତାଉଛନ୍ତି । କିଛି ଅରବପତି ମିଶି ନାଇଜେରୀଆରେ ଏହି ଆଇଲ୍ୟାଣ୍ଡ କରଛନ୍ତି । ଏହି ଆଇଲ୍ୟାଣ୍ଡରେ ଦେଖିବାକୁ ଗଲେ ଏକ ରୁ ଅନେକ ଆଲିସାନ କୋଠା ରହିଛି । ଏହି ଆଇଲ୍ୟାଣ୍ଡର ଆକାର କଦଲୀ ପରି । ତେଣୁ ଏହାକୁ ବନାନା ଆଇଲ୍ୟାଣ୍ଡ କୁହାଯାଉଛି । ଏଠି କୌଣସି ସାଧାରଣ ଲୋକଟେ ରହିବାର ଚିନ୍ତା ବି କରିପାରିବନି ।

ଏହି ଅରବପତିମାନେ ପ୍ୟାରିସ, ଟୋକିଓ, ନ୍ୟୁୟର୍କ ପରି ସ୍ଥାନକୁ ଟକ୍କର ଦେବା ପାଇଁ ନାଇଜେରୀଆରେ ଏହି ଆଇଲ୍ୟାଣ୍ଡକୁ ଆର୍ଟିଫିସିଆଲି ତିଆରି କରିଛନ୍ତି । ଏହି ଖାସ ଦ୍ୱୀପରେ କେବଳ ଅରବପତି ଧନୀ ମାନେ ହିଁ ରହୁଛନ୍ତି । ଯାହାର ପରିବେଶ ପୁରା ଚକାଚକ ।

ଏହି ଜମିରେ ହୋଇଥିବା ଘରର ମୂଲ୍ୟ କୋଟିରେ । ଏକ ରିପୋର୍ଟ ହିସାବରେ ବର୍ଷ ୨୦୦୩ରେ ଏହି ଆଇଲ୍ୟାଣ୍ଡ ତିଆରି ହୋଇଥିଲା । ଯାହା ୪୦୨ଏକରରେ ବ୍ୟାପିଛି । ଜମିର ବେସ ହିସାବରେ ଏହି ଆଇଲ୍ୟାଣ୍ଡକୁ ତିଆରି କରାଯାଇଛି ।

ରିପୋର୍ଟ କହୁଛି ଏଠାରେ ଏକ ସ୍କୋୟାର ମିଟର ଜମିର ମୂଲ୍ୟ ୮୪ହଜାର । ଏହା ଛଡା ଏଠି ଘର କିଣିବା ପାଇଁ ୨୧କୋଟିରୁ ବି ଅଧିକ ଦେବାକୁ ହୁଏ । ଏଠି ସବୁଠୁ ମହଙ୍ଗା ଘର ୧୦୦କୋଟିର ଅଟେ । ଯାହା ୨୬୦୦ ସ୍କୋୟାର ମିଟରରେ ତିଆରି । ଯେଉଁଥିରେ ୬ବେଡରୁମ ରହିଛି ।

ଏହି ଆଇଲ୍ୟାଣ୍ଡ ଏକ ଶାନ୍ତ ପରିବେଶରେ ରହିଛି ଯାହା ସ୍ଥାନଟିକୁ ଖାସ କରୁଛି । ନାଇଜେରୀଆର ସବୁଠୁ ଭିଡ ସହର ଲାଗୋସରୁ ଦୂରରେ ଓ ଶାନ୍ତିରେ ରହିବାର ଇଚ୍ଛା ପାଇଁ ଏଠି ଧନୀମାନେ ଘର କିଣୁଛନ୍ତି । ଏହି ଆଇଲ୍ୟାଣ୍ଡରେ ସୁରକ୍ଷା ସହିତ ପ୍ରାଇଭେସି ବି ରହିଛି ।

ଏଠି ଘର ଛଡା ଦୋକାନ ସୋରୁମ ଗୁଡିକ ବି କାଫି ମହଙ୍ଗା ଅଟେ । ଯାହା କେବଳ ଅରବପତିଙ୍କ ପାଇଁ ଆଫର୍ଡେବଲ । ଏଠାରେ କେହି ବି ପ୍ରବେଶ କରିପାରିବେ ନାହିଁ । ହଁ କେବଳ ନିମନ୍ତ୍ରଣ ଆଧାରରେ କେହି ଆସିପାରିବ । ଲୋକସଂଖ୍ୟା କମ ହେତୁ ଏଠାରେ ଟ୍ରାଫିକ ମଧ୍ୟ କମ । ଏସବୁ କାରଣ ପାଇଁ ଏହି ଆଇଲ୍ୟାଣ୍ଡ ଏବେ ଖୁବ ଚର୍ଚ୍ଚାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.